ଓଡ଼ିଶାଲାଇଭ୍ କରୋନା ବ୍ୟୁରୋ

ଦୂରଦର୍ଶନ ସାହାଯ୍ୟରେ ପାଠ ପଢ଼ିବେ ଦଶମ ଶ୍ରେଣୀ ପିଲା। ଏପ୍ରିଲ ୨୦ ତାରିଖରୁ ପିଲାଙ୍କୁ ସାହାଯ୍ୟ ହେଲାଭଳି ଏକ କାର୍ଯ୍ୟକ୍ରମ ଦୂରଦର୍ଶନରେ ପ୍ରସାରିତ ହେବାକୁ ଯାଉଛି।

ଏପ୍ରିଲ୍ ୨୦ ତାରିଖରୁ ମେ ୧୨ ତାରିଖରେ ମଧ୍ୟରେ ଦୂରଦର୍ଶନରେ ୩୪ଟି ଭିଡିଓ ପ୍ରସାରଣ କରାଯିବ। ପ୍ରତି ସୋମବାରରୁ ଶୁକ୍ରବାର ୨ ଥର ଘଣ୍ଟାଏ ଲେଖାଏଁ ଏହି ଭିଡିଓ ପ୍ରସାରଣ କରାଯିବ। ସକାଳ ୧୧ଟାରୁ ୧୨ଟା ପର୍ଯ୍ୟନ୍ତ ଓ ଦିନ ସାଢ଼େ ୩ଟାରୁ ସାଢ଼େ ୪ଟା ପର୍ଯ୍ୟନ୍ତ ଏହି ଭିଡିଓ ପ୍ରସାରିତ ହେବ ବୋଲି କୁହାଯାଇଛି।coronaଏଥିରେ ଦଶମ ଶ୍ରେଣୀ ଛାତ୍ରାଛାତ୍ରୀମାନେ ଗଣିତ, ଇଂରାଜୀ, ଭୂଗୋଳ, ଜୀବ ବିଜ୍ଞାନ ଓ ଭୌତିକ ବିଜ୍ଞାନ ଭଳି ବିଷୟର ପାଠ ପଢ଼ିପାରିବେ। ଯାହା ସେମାନଙ୍କର ପାଠ ପାଇଁ ସହାୟକ ହୋଇପାରିବ। ଲକଡାଉନକୁ ଦୃଷ୍ଟିରେ ରଖି ଏଜୁସାଟ ପକ୍ଷରୁ ଏଭଳି ନିଷ୍ପତ୍ତି ନିଆଯାଇଛି।

ଲକଡାଉନ୍ କାରଣରୁ ସବୁଠି ଏବେ ସ୍କୁଲ୍, କଲେଜ୍ ବନ୍ଦ ଅଛି। ତେଣୁ ଦଶମ ଶ୍ରେଣୀ ପିଲାଙ୍କ ପାଠ ପଢ଼ାକୁ ଦୃଷ୍ଟିରେ ରଖି ଏଭଳି ନିଷ୍ପତ୍ତି ନିଆଯାଇଛି।

Comment