ଓଡ଼ିଶାଲାଇଭ୍‌ କରୋନା ବ୍ୟୁରୋ

ରାଷ୍ଟ୍ରପତି ଭବନ ପରେ ଲୋକସଭା ସଚିବାଳୟରେ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଜଣେ କର୍ମଚାରୀଙ୍କଠାରେ କରୋନା ପଜିଟିଭ୍‌‌ ଥିବା ଜଣାପଡ଼ିଛି।

ଦିଲ୍ଲୀର ରାଷ୍ଟ୍ରପତି ଭବନ ପରେ ଏବେ ଲୋକସଭା ସଚିବାଳୟରେ କରୋନା ସଙ୍କଟ ଦେଖାଯାଇଛି। ଲୋକସଭା ସଚିବାଳୟରେ କାର୍ଯ୍ୟ କରୁଥିବା ଜଣେ କର୍ମଚାରୀଙ୍କ ମଧ୍ୟରେ କରୋନା ଚିହ୍ନିତ ହୋଇଛି। କର୍ମଚାରୀ ଜଣକ ଗୃହ ସଂରକ୍ଷଣ ବିଭାଗରେ କାମ କରନ୍ତି। ବର୍ତ୍ତମାନ ସେ ରାମ ମନୋହର ଲୋହିଆ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି।

corona

ଏହା ପୂର୍ବରୁ ରାଷ୍ଟ୍ରପତି ଭବନରେ କରୋନା ପଜିଟିଭ୍‌ ଚିହ୍ନଟ ହୋଇଥିଲା। କ୍ୟାମ୍ପସରେ ରହୁଥିବା ଜଣେ କର୍ମଚାରୀଙ୍କ ସମ୍ପର୍କୀୟ କରୋନା ପଜିଟିଭ ଚିହ୍ନଟ ହୋଇଥିଲେ। ଏହାପରେ ଆକ୍ରାନ୍ତଙ୍କ ପରିବାର ସମେତ ୧୨୫ ପରିବାରକୁ କ୍ଵାରେଣ୍ଟାଇନରେ ରହିବାକୁ ନିର୍ଦ୍ଦେଶ ଦିଆଯାଇଥିଲା।

ନିକଟରେ ଆକ୍ରାନ୍ତ ଜଣକ ନିଜ ପରିବାର ସହ ଗାଁରେ ନିଜ ମା’ଙ୍କ ଅନ୍ତିମ ସଂସ୍କାରରେ ଯୋଗ ଦେଇଥିଲେ। ଆକ୍ରାନ୍ତଙ୍କ ମା’ କରୋନାରେ ପ୍ରାଣ ହରାଇଥିବା ଜଣାପଡ଼ିଛି। ବର୍ତ୍ତମାନ ଆକ୍ରାନ୍ତ କରୋନାଙ୍କ ଦେହରେ କରୋନା ପଜିଟିଭ ବାହାରିବା ପରେ ତାଙ୍କୁ ଆଇସୋଲେସନରେ ରଖାଯାଇଛି।

ବର୍ତ୍ତମାନ ସୁଦ୍ଧା ଦେଶରେ କରୋନା ଯୋଗୁଁ ୫୯୦ ଜଣଙ୍କର ମୃତ୍ୟୁ ହୋଇଛି। ଏହାସହ ୩,୨୫୧ ଜଣ ସୁସ୍ଥ ହୋଇଛନ୍ତି। ଅନ୍ୟପକ୍ଷରେ ୧୮ ହଜାର ୬୦୦କୁ ବୃଦ୍ଧି ପାଇଛି।

Comment