ଓଡ଼ିଶାଲାଇଭ୍‌ କରୋନା ବ୍ୟୁରୋ

କରୋନା ସମ୍ପର୍କରେ ତାଜା ସୂଚନା ଦେଇଛନ୍ତି ରାଜ୍ୟ ସରକାର। ଜାଣନ୍ତୁ, ଦେଶ, ବିଦେଶ ଓ ରାଜ୍ୟରେ କ’ଣ ରହିଛି କରୋନା ଅପଡେଟ୍?

ଓଡ଼ିଶାରେ କରୋନା

  • ଗୋଟିଏ ଦିନରେ ୫ ପଜିଟିଭ ଚିହ୍ନଟ ଓ ୫ ଆକ୍ରାନ୍ତ ସୁସ୍ଥ।
  • ଚିହ୍ନଟ ହୋଇଥିବା ୫ କରୋନା ଆକ୍ରାନ୍ତ ବାଲେଶ୍ଵରର।
  • ବାଲେଶ୍ଵରରେ ୮ କରୋନା ଆକ୍ରାନ୍ତ।
  • ଏଯାଏଁ ରାଜ୍ୟରେ ୧୧ ହଜାର ୭୪୮ ନମୁନା ପରୀକ୍ଷା ହୋଇଛି।
  • ରାଜ୍ୟରେ କରୋନା ପଜିଟିଭ ସଂଖ୍ୟା ୭୯କୁ ବୃଦ୍ଧି।
  • ସୁସ୍ଥ ହୋଇ ଘରକୁ ଫେରିଛନ୍ତି ୨୯ ଜଣ।
  • ବର୍ତ୍ତମାନ ରାଜ୍ୟରେ ସକ୍ରିୟ କରୋନା ଆକ୍ରାନ୍ତ ୪୯।

corona

ବିଶ୍ଵ ଓ ଦେଶରେ କରୋନା

  • ବିଶ୍ଵରେ ୨୧୦ ଦେଶ ଓ ୨ଟି ଜାହାଜ କରୋନା ଆକ୍ରାନ୍ତ।
  • ୨୪ ଲକ୍ଷ ୯୬ ହଜାର, ୫୧୮ ଜଣ କରୋନା ଆକ୍ରାନ୍ତ ହୋଇଛନ୍ତି।
  • ବିଶ୍ଵରେ ମୃତ୍ୟୁ ସଂଖ୍ୟା ୧ ଲକ୍ଷ ୭୧ ହଜାର ୨୩୫କୁ ବୃଦ୍ଧି।
  • ଭାରତରେ ୧୮ ହଜାର ୧୦୬ ଆକ୍ରାନ୍ତ।
  • ଦେଶରେ ପଜିଟିଭ ହାର ୪.୬ ପ୍ରତିଶତ ରହିଛି।
  • ଦେଶରେ ୩ ହଜାର ୨୫୧ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି।
  • ବର୍ତ୍ତମାନ ସୁଦ୍ଧା ୫୯୦ ଜଣଙ୍କ ମୃତ୍ୟୁ।
  • ଦେଶରେ ସକ୍ରିୟ କରୋନା ଆକ୍ରାନ୍ତ ହେଉଛନ୍ତି ୧୪ ହଜାର ୭୫୯।

ଡାକ୍ତର ଓ ସ୍ଵାସ୍ଥ୍ୟ କର୍ମୀଙ୍କ ପାଇଁ ବଡ଼ ପଦକ୍ଷେପ

  • କରୋନା ଯୋଦ୍ଧା ଡାକ୍ତର, ସ୍ୱାସ୍ଥ୍ୟ କର୍ମୀଙ୍କ ପାଇଁ ବଡ଼ ଘୋଷଣା କରିଛନ୍ତି ରାଜ୍ୟ ସରକାର।
  • ମୃତ୍ୟୁ ହେଲେ ଡାକ୍ତର, ନର୍ସଙ୍କୁ ମିଳିବ ୫୦ ଲକ୍ଷ ଟଙ୍କା।
  • ଅବସର ସମୟ ଯାଏଁ ତାଙ୍କ ପରିବାରକୁ ମିଳିବ ପୂରା ଦରମା।
  • ଡାକ୍ତରଙ୍କୁ ଦୁର୍ବ୍ୟବହାର ବରଦାସ୍ତ କରାଯିବନି ବୋଲି ଚେତାବନୀ ଦେଲେ ରାଜ୍ୟ ସରକାର।
  • ଡାକ୍ତରଙ୍କୁ ଆକ୍ରମଣ କଲେ ଲାଗିବ ଏନ୍‌ଏସ୍‌ଏ।
  • ଡାକ୍ତର, ସ୍ୱାସ୍ଥ୍ୟ କର୍ମୀଙ୍କ ମୃତ୍ୟୁରେ ମିଳିବ ସହିଦ ସମ୍ମାନ।
  • ରାଷ୍ଟ୍ରୀୟ ମର୍ଯ୍ୟାଦାର ସହ ହେବ ଅନ୍ତିମ ସଂସ୍କାର।

Comment