ଓଡ଼ିଶାଲାଇଭ୍‌ କରୋନା ବ୍ୟୁରୋ

ଲକ୍‌ଡାଉନ୍‌ ସମୟରେ ମଧ୍ୟ ଜୋମାଟୋ ତା’ର ସେବା ଜାରି ରଖିଛି। ଲୋକଙ୍କ ପାଖରେ ଖାଦ୍ୟ ପହଞ୍ଚାଉଛି। ତେବେ ଏଭଳି ପରିସ୍ଥିତିରେ ନିଜ କର୍ମଚାରୀ ଓ ଲୋକଙ୍କ ସୁରକ୍ଷା ପାଇଁ ଜୋମାଟୋ ସମସ୍ତ ଡେଲିଭରି ବଏଙ୍କ ଫୋନରେ ଆରୋଗ୍ୟ ସେତୁ ଆପ୍‌ ବ୍ୟବହାରକୁ ବାଧ୍ୟତାମୂଳକ କରିଛି।

କମ୍ପାନି କହିଛି ଯେ ଅନେକ ସମୟରେ ଖାଦ୍ୟ ଡେଲିଭରି କରି ଲାଭଦାୟକ ହୋଇନଥାଏ। ହେଲେନ ଆମକୁ କର୍ତ୍ତବ୍ୟ ପାଳନ କରିବାକୁ ପଡ଼ିବ। ଡେଲିଭରି ବଏମାନେ ବୁଲିକି ଖ୍ୟାଦ୍ୟ ଦେଉଛନ୍ତି। ତେଣୁ ତାଙ୍କର ସୁବିଧା ଓ ଗ୍ରାହକମାନଙ୍କ ବିଶ୍ଵାସ ପାଇଁ ଆମକୁ ଆରୋଗ୍ୟ ସେତୁ ଆପ୍‌ ବ୍ୟବହାର କରିବାକୁ ପଡ଼ିବ।

corona

କରୋନା ଭାଇରସ୍‌ ଦେଶରେ ଯେଉଁଭଳି କାୟା ବିସ୍ତାର କରି ଚାଲିଛି ଏହାକୁ ଦୃଷ୍ଟିରେ ରଖି ଜୋମାଟୋ ଏଭଳି ନିଷ୍ପତ୍ତି ନେଇଛି। ଯଦି କେହି ଡେଲିଭରି ବଏ କରୋନା ଆକ୍ରାନ୍ତଙ୍କ ସଂସ୍ପର୍ଶରେ ଆସନ୍ତିନ ତେବେ ଏହାକୁ ଆଗକୁ ସଂକ୍ରମଣ ରୋକିବାରେ ସାହାର୍ଯ୍ୟ କରିବ।

ପୂର୍ବରୁ ଜଣେ ପିଜା ଡେଲିଭରି ବଏ ଭାରତରେ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିଲେ। ଏହାପରେ ଅନଲାଇନ୍‌ରେ ଖାଦ୍ୟ ଅର୍ଡର କରିବା ନେଇ ଲୋକମାନଙ୍କ ମଧ୍ୟରେ ପ୍ରଶ୍ନ ସୃଷ୍ଟି ହୋଇଥିଲା। ତେବେ ଏହା ମଧ୍ୟରେ ଜୋମାଟୋ ଗ୍ରାହକମାନଙ୍କ ବିଶ୍ଵାସ ଜିତିବାକୁ ନିଜ ଡେଲିଭରି ବଏଙ୍କୁ ସଚେତନ କରାଉଛି।

Comment