ଓଡ଼ିଶାଲାଇଭ୍‌ ବ୍ୟୁରୋ

ଓଡ଼ିଶାରେ ଆସନ୍ତାକାଲିଠୁ ପବିତ୍ର ରମଜାନ୍‌ ମାସ ଆରମ୍ଭ ହେଉଛି। ଏ ସମ୍ପର୍କରେ କଟକ ଅଞ୍ଜୁମାନ ଇସ୍‌ଲାମିଆ ଚାନ୍ଦ କମିଟି ସୂଚନା ଦେଇଛି। ଆଜି ଆକାଶରେ ଚାନ୍ଦ ଦେଖିବା ପରେ କମିଟି ଏନେଇ ଘୋଷଣା କରିଛି।

ପବିତ୍ର ରମଜାନ୍‌ ମାସକୁ ନିଷ୍ଠାର ସହ ପାଳନ କରିଥାନ୍ତି ମୁସଲିମ୍‌ ସଂପ୍ରଦାୟର ଲୋକେ। ପିଲାଠାରୁ ବୟସ୍କଙ୍କ ପର୍ଯ୍ୟନ୍ତ ସମସ୍ତେ ଏହି ଓଷା କରିଥାନ୍ତି। ପବିତ୍ର ଇଦୁଲ୍‌-ପିତରରରେ ଏହି ମାସ ଶେଷ ହୋଇଥାଏ। ମୁସଲିମ୍‌ ସଂପ୍ରଦାୟର ଲୋକେ ଏକାଠି ହୋଇ ମସ୍‌ଜିଦ୍‌ରେ ସମୂହ ନମାଜ ପାଠ କରିଥାନ୍ତି।

ଚଳିତବର୍ଷ କରୋନା ପ୍ରକୋପ ଯୋଗୁଁ ସମୂହ ନମାଜ ପାଠ ଉପରେ କଟକଣା ଲାଗିଛି। ମସ୍‌ଜିଦ୍‌ ସଂପୂର୍ଣ୍ଣ ବନ୍ଦ ରହିଛି।

Comment