ଓଡ଼ିଶାଲାଇଭ୍ କରୋନା ବ୍ୟୁରୋ

ଦେଶରେ ଦିନକୁ ଦିନ ଅଧିକ ଜୀବନ ନେବାରେ ଲାଗିଛି କରୋନା ଭାଇରସ୍। ସୋମବାର ସୁଦ୍ଧା ସାରା ଦେଶରେ ମୋଟ ୮୨୭ ଜଣ ଲୋକ କରୋନାରେ ପ୍ରାଣ ହରାଇ ସାରିଲେଣି। ଏଥିସହ ଦେଶରେ ମୋଟ ଆକ୍ରାନ୍ତ ସଂଖ୍ୟା ମଧ୍ୟ ୨୭ ହଜାର ପାର୍ କରିଛି। ଏନେଇ କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ପକ୍ଷରୁ ସୂଚନା ଦିଆଯାଇଛି।

ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ସୂଚନା ଅନୁସାରେ ଦେଶରେ ଏବେ ମୋଟ ୨୭ ହଜାର ୮୯୨ ଜଣ ଲୋକ କରୋନା ଆକ୍ରାନ୍ତ ହୋଇଛନ୍ତି। ଏପରିକି ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୧୩୯୬ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ବର୍ତ୍ତମାନ ସୁଦ୍ଧା ୬୧୮୫ ଜଣ ଆକ୍ରାନ୍ତ କରୋନା କବଳରୁ ସୁସ୍ଥ ହୋଇଥିବାବେଳେ ଏବେ ବି ପ୍ରାୟ ୨୦ ହଜାର ୮୩୫ ଜଣ ଲୋକ ଦେଶର ବିଭିନ୍ନ ହସ୍ପିଟାଲରେ ଚିକିତ୍ସାଧୀନ ଅଛନ୍ତି ବୋଲି ସୂଚନା ମିଳିଛି।

ଅନ୍ୟପଟେ ବର୍ତ୍ତମାନ ପର୍ଯ୍ୟନ୍ତ ମହାରାଷ୍ଟ୍ର ସବୁଠୁ ଅଧିକ କରୋନା ପ୍ରଭାବିତ ରାଜ୍ୟ ହୋଇ ରହିଛି। ମହାରାଷ୍ଟ୍ରରେ ଏବେ ସୁଦ୍ଧା ୮୦୬୮ ଜଣ କରୋନା ପଜିଟିଭ୍ ଚିହ୍ନଟ ହେବା ସହ ୩୪୨ ଜଣ ମୃତ୍ୟୁବରଣ କରିଛନ୍ତି। ସେହିଭଳି ଗୁଜରାଟରେ ୧୫୧ ଜଣ, ମଧ୍ୟପ୍ରଦେଶରେ ୧୦୩ ଜଣ ଓ ଦିଲ୍ଲୀରେ ୫୪ ଜଣ ଲୋକ କରୋନାରେ ପ୍ରାଣ ହରାଇଛନ୍ତି।

Comment