ଓଡ଼ିଶାଲାଇଭ୍ ବ୍ୟୁରୋ

୧୦୦ ଟଙ୍କା ଲେଖାଏଁ ଗ୍ରୀଷ୍ମକାଳୀନ ଭତ୍ତା ଦେବେ ରାଜ୍ୟ ସରକାର। ମଧୁବାବୁ ପେନସନ ଯୋଜନା ଓ ଜାତୀୟ ସାମାଜିକ ସହାୟତା ଯୋଜନାରେ ଅନ୍ତର୍ଭୁକ୍ତ ଥିବା ହିତାଧିକାରୀମାନେ ଏହି ଟଙ୍କା ପାଇବେ। ଏନେଇ ଶୁକ୍ରବାର ସାମାଜିକ ସୁରକ୍ଷା ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା ସୂଚନା ଦେଇଛନ୍ତି।

“ପ୍ରତି ଦୁଇ ବର୍ଷରେ ଥରେ ରାଜ୍ୟ ସରକାର ଏହି ଗ୍ରୀଷ୍ମକାଳୀନ ଭତ୍ତା ପ୍ରଦାନ କରିଥାନ୍ତି। ତେଣୁ ଏଥର ମଧ୍ୟ ରାଜ୍ୟ ସରକାର ଏହି ଭତ୍ତା ପ୍ରଦାନ କରିବେ। ଏଥିରେ ରାଜ୍ୟର ପ୍ରାୟ ୪୮ ଲକ୍ଷ ହିତାଧିକାରୀ ଉପକୃତ ହୋଇପାରିବେ। ମେ ମାସ ଶେଷ ସୁଦ୍ଧା ହିତାଧିକାରୀଙ୍କୁ ଏହି ଟଙ୍କା ମିଳିବ”,ମନ୍ତ୍ରୀ କହିଛନ୍ତି।

ମଧୁବାବୁ ପେନସନ ଯୋଜନାରେ ସାମିଲ ଥିବା ୨୮ ଲକ୍ଷ ହିତାଧିକାରୀ ଓ ଜାତୀୟ ସାମାଜିକ ସହାୟତାରେ ସାମିଲ ଥିବା ୨୦ ଲକ୍ଷ ହିତାଧିକାରୀ ଏଥିରେ ଉପକୃତ ହୋଇପାରିବେ।

Comment