ଓଡ଼ିଶାଲାଇଭ୍‌ କରୋନା ବ୍ୟୁରୋ

ଦେଶରେ କରୋନା ମୃତ୍ୟୁ ସଂଖ୍ୟା ବଢ଼ିବାରେ ଲାଗିଛି। ୧,୯୮୧ରେ ମୃତ୍ୟୁ ସଂଖ୍ୟା ପହଞ୍ଚିଥିବା ବେଳେ ଆକ୍ରାନ୍ତଙ୍କ ସଂଖ୍ୟା ୫୯,୬୬୨ରେ ପହଞ୍ଚିଛି। ସେହିପରି ଗତ ୨୪ ଘଣ୍ଟା ମଧ୍ୟରେ ୩,୩୨୦ ଜଣ ଆକ୍ରାନ୍ତ ହୋଇଥିବା ବେଳେ ୯୫ ଜଣଙ୍କ ମୃତ୍ୟୁ ହୋଇଛି। ୩୯, ୮୩୪ ଜଣ ସକ୍ରିୟ ଥିବା ବେଳେ ୧୭, ୮୪୭ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି।

ଦେଶରେ ମହାରାଷ୍ଟ୍ରରେ ସର୍ବାଧିକ ୧୯ ହଜାର ୬୩ ଜଣ ଆକ୍ରାନ୍ତ ହୋଇଥିବା ବେଳେ ୭୩୧ ଜଣଙ୍କ ମୃତ୍ୟୁ ହୋଇଛି। ସେହିପରି ଗୁଜୁରାଟରେ ୪୪୯, ମଧ୍ୟପ୍ରଦେଶରେ ୨୦୦, ପଶ୍ଚିମବଙ୍ଗରେ ୧୬୦ ଜଣଙ୍କ ମୃତ୍ୟୁ ହୋଇଛି। ଏନେଇ କେନ୍ଦ୍ର ସ୍ଵାସ୍ଥ୍ୟ ପରିବାର କଲ୍ୟାଣ ମନ୍ତ୍ରାଳୟ ପକ୍ଷରୁ ସୂଚନା ମିଳିଛି।

ମେ’ ମାସ ଭାରତ ପାଇଁ ଅଧିକ ବିପଦ ସୃଷ୍ଟି କରିବାରେ ଲାଗିଛି। ଦେଶରେ କରୋନା ଆକ୍ରାନ୍ତ ସଂଖ୍ୟା ବଢ଼ିବାରେ ଲାଗିଛି। ଗତ ୭ ଦିନ ମଧ୍ୟରେ ୨୩ ହଜାର ମାମଲା ସାମ୍ନାକୁ ଆସିଥିବା ବେଳେ ୮୧୧ ଜଣଙ୍କ ମୃତ୍ୟୁ ହୋଇଛି।

ଦେଶରେ ଏଭଳି ସ୍ଥିତିରେ କେନ୍ଦ୍ର ସରକାର ସାରା ଦେଶକୁ ଲକ୍‌ଡାଉନ୍‌ କରିଛନ୍ତି। ବର୍ତ୍ତମାନ ମେ’ ୧୭ ଯାଏଁ ଦେଶରେ ଲକ୍‌ଡାଉନ୍‌ ରହିବ। ତେବେ ଏହାକୁ ଆଗକୁ ଘୁଞ୍ଚିବା ନା ନାହିଁ ସେନେଇ କେନ୍ଦ୍ର ସରକାର ନିଷ୍ପତ୍ତି ନେବେ।

Comment