ଓଡ଼ିଶାଲାଇଭ୍‌ ବ୍ୟୁରୋ

ବଲିଉଡ ଅଭିନେତା ଅର୍ଜୁନ କପୁରଙ୍କ ପ୍ରଥମ ଫିଲ୍ମକୁ ଆଜି ୮ ବର୍ଷ ପୂରା ହୋଇଛି। ଫିଲ୍ମ ‘ଇଶାକଜାଦେ’ରୁ ନିଜ କ୍ୟାରିଅର୍ ଆରମ୍ଭ କରିଥିଲେ ଅର୍ଜୁନ କପୁର। ଏହି ଫିଲ୍ମ ୨୦୧୨, ମେ’୧୧ରେ ରିଲିଜ ହୋଇଥିଲା।  ହବିବ ଫୈଜଲଙ୍କ ନିର୍ଦ୍ଦେଶିତ ଏହି ଫିଲ୍ମରେ ଅର୍ଜୁନଙ୍କ ବିପକ୍ଷରେ ପରିଣିତୀ ଚୋପ୍ରା ନଜର ଆସିଥିଲେ।  ଏହି ଫିଲ୍ମ କେବଳ ଅର୍ଜୁନ କପୁରଙ୍କ ପାଇଁ ସଫଳତା ଆଣି ନଥିଲା, ତାଙ୍କୁ ଏହି ଫିଲ୍ମରୁ ବହୁତ କିଛି ଶିଖିବାକୁ ମଧ୍ୟ ମିଳିଥିଲା।

ପୁରୁଣା ସ୍ମୃତିକୁ ମନେ ପକାଇ ଅର୍ଜୁନ କୁହନ୍ତି, “ମୁଁ ସୁଟିଂର ପ୍ରଥମ ଦିନରୁ କଠିନ ପରିଶ୍ରମ କରିବା ଆରମ୍ଭ କରିଥିଲି। ଯେତେବେଳେ ଏହି ଫିଲ୍ମ ରିଲିଜ ହେଲା ଏବଂ ପରଦାରେ ମୁଁ ନିଜକୁ ଦେଖିଲି ସେତେବେଳେ ମୁଁ ଅନୁଭବ କଲି ଯେ ମୋର କ୍ୟାମେରାକୁ ସାମ୍ନା କରିବାକୁ କ୍ଷମତା ଅଛି।  ଏହି ଅନୁଭବ ମୋତେ ଆତ୍ମବିଶ୍ୱାସ ଦେଲା’’।

ଏହି ଫିଲ୍ମ ପରେ ନମସ୍ତେ ଇଂଲଣ୍ଡ, ମୁବାରକନ, ଗୁଣ୍ଡେ, କି ଆଣ୍ଡ କା, ଟୁ ଷ୍ଟେଟ,  ହାପ ଗାର୍ଲଫ୍ରେଣ୍ଡ, ପାନିପତ୍‌ ଭଳି ଫିଲ୍ମରେ ନିଜକୁ ପ୍ରମାଣିତ କରିଛନ୍ତି ଅର୍ଜୁନ କପୁର।

Comment