ଓଡ଼ିଶାଲାଇଭ୍ କରୋନା ବ୍ୟୁରୋ

ରାଜ୍ୟରେ ହୁ ହୁ ହୋଇ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଉଥିବାବେଳେ ରାଜ୍ୟ ପାଇଁ ଆସିଛି ଖୁସି ଖବର। ଯାଜପୁର ଜିଲ୍ଲାର ୧୫ ଜଣ କରୋନା ସୁସ୍ଥ ହୋଇଛନ୍ତି। ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଟୁଇଟ୍ କରି ସୂଚନା ଦିଆଯାଇଛି।

ଫଳରେ ଏବେ ରାଜ୍ୟରେ କରୋନା ଆକ୍ରାନ୍ତ ସୁସ୍ଥଙ୍କ ସଂଖ୍ୟା ୧୫୮କୁ ବୃଦ୍ଧି ପାଇଛି। ପୂର୍ବରୁ ଏହି ସଂଖ୍ୟା ୧୪୩ ଥିଲା। ବର୍ତ୍ତମାନ ଯାଜପୁର ଜିଲ୍ଲାର  ୧୫ ଜଣ ଆକ୍ରାନ୍ତ ସୁସ୍ଥ ହେବା ପରେ ଏହି ସଂଖ୍ୟାରେ ବୃଦ୍ଧି ଘଟିଛି।

ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ଆକ୍ରାନ୍ତଙ୍କ ସଂଖ୍ୟା ୬୨୪ ରହିଛି। ତା ଭିତରୁ ଏବେ ବି  ୪୬୩ ଜଣ ଆକ୍ରାନ୍ତ ସକ୍ରିୟ ରହିଛନ୍ତି। କରୋନାରେ ରାଜ୍ୟରେ ମୋଟ ୩ ଜଣଙ୍କର ମୃତ୍ୟୁ ଘଟିଛି।

Comment