ଓଡ଼ିଶାଲାଇଭ୍ କରୋନା ବ୍ୟୁରୋ

ସାରାଦେଶରେ ଲକଡାଉନ୍ ୪.୦ ଲାଗୁ ହେବା ପୂର୍ବରୁ ମହାରାଷ୍ଟ୍ରକୁ ମେ ୩୧ ତାରିଖ ପର୍ଯ୍ୟନ୍ତ ଲକଡାଉନ୍ ଘୋଷଣା କରାଯାଇଛି। ମହାରାଷ୍ଟ୍ର ସରକାର ଏନେଇ ରବିବାର ଏକ ସ୍ୱତନ୍ତ୍ର ନିର୍ଦ୍ଦେଶନାମା ଜାରି କରିଛନ୍ତି।

ମହାରାଷ୍ଟ୍ର ସରକାରଙ୍କ ତରଫରୁ ଜାରି ହୋଇଥିବା ଏହି ନିର୍ଦ୍ଦେଶନାମାରେ କୁହାଯାଇଛି ଯେ, କରୋନା ସଂକ୍ରମଣର ବର୍ତ୍ତମାନର ସ୍ଥିତିକୁ ଦୃଷ୍ଟିରେ ରଖି ଲକଡାଉନକୁ ବଢ଼ାଯାଉଛି। ମେ ୩୧ ତାରିଖ ମଧ୍ୟରାତ୍ରି ପର୍ଯ୍ୟନ୍ତ ମହାରାଷ୍ଟ୍ରରେ ଏହି ଲକାଡାଉନ୍ ବଳବତ୍ତର ରହିବ ବୋଲି କୁହାଯାଇଛି।

ସାରା ଦେଶରେ ମହାରାଷ୍ଟ୍ର ଏବେ ସବୁଠୁ ଅଧିକ କରୋନା ସଂକ୍ରମିତ ରାଜ୍ୟ ହୋଇଛି। ଏଠାରେ କିଛି ଦିନ ହେଲା ପ୍ରତିଦିନ ୧୫ଶହରୁ ଅଧିକ ମାମଲା ସାମନାକୁ ଆସୁଥିବାବେଳେ ଆକ୍ରାନ୍ତ ସଂଖ୍ୟା ୩୦ ହଜାର ଟପିଛି। ସେହିଭଳି ମହାରାଷ୍ଟ୍ରରେ ୭ ହଜାରରୁ ଅଧିକ ଆକ୍ରାନ୍ତ ପ୍ରାଣ ମଧ୍ୟ ହରାଇସାରିଲେଣି

କରୋନା କାରଣରୁ ପ୍ରଧାନମନ୍ତ୍ରୀ ମେ ୧୭ ତାରିଖ ପର୍ଯ୍ୟନ୍ତ ସାରା ଦେଶକୁ ଲକଡାଉନ୍ ଘୋଷଣା କରିଥିଲେ। ଯାହାକି ଆଜି ଶେଷ ହେଉଛି। ଏହାପରେ ସାରା ଦେଶରେ କାଲିଠୁ ଲକଡାଉନ୍ ୪.୦ ଆରମ୍ଭ ହେବ। ଏନେଇ ରବିବାର କେନ୍ଦ୍ର ସରକାରଙ୍କ ତରଫରୁ ନିର୍ଦ୍ଦେଶନାମା ଜାରି ହେବାର ଅଛି।

Comment