ଓଡ଼ିଶାଲାଇଭ୍‌ ବ୍ୟୁରୋ

ବାତ୍ୟା ଅମ୍ପନ ଏବେ ପଶ୍ଚିମବଙ୍ଗ ମୁହାଁ ହୋଇଛି। ଏହାର ପ୍ରଭାବରେ ବାଲେଶ୍ୱର ଜିଲ୍ଲାରେ ପ୍ରବଳ ପବନ ବହୁଛି। ଘଣ୍ଟାକୁ ୧୦୦ରୁ ୧୧୦ କିଲୋମିଟର ବେଗରେ ପବନ ବହୁଛି।

ପାରାଦୀପଠାରୁ ୧୫୦ କିଲୋମିଟର ଦୂରକୁ ଅମ୍ପନ ଚାଲି ଯାଇଛି। ଦୀର୍ଘ ଉପକୂଳ ଆଡେ ମୁହାଁଇଛି ବାତ୍ୟା। ପାରାଦୀପ, କେନ୍ଦ୍ରାପଡ଼ାରେ ବାତ୍ୟା ଅମ୍ପନ ତାଣ୍ଡବ କରିବା ପରେ ଏବେ ଉତ୍ତର ଓଡ଼ିଶାରେ ଜୋର୍‌ରେ ପବନ ବହୁଛି। ଫଳରେ ଭଦ୍ରକ, ବାଲେଶ୍ୱର ସମେତ ମୟୂରଭଞ୍ଜ ଜିଲ୍ଲାର କିଛି ଅଞ୍ଚଳ ପାଇଁ ସତର୍କ ସୂଚନା ଜାରି କରାଯାଇଛି।

ବାତ୍ୟା ମୁକାବିଲା ପାଇଁ ଓଡ୍ରାଫ୍‌, ଏନଡିଆର୍‌ଏଫ୍‌ ଏବଂ ଅଗ୍ନିଶମ ବାହିନୀ ସଜାଗ ହୋଇ ରହିଛନ୍ତି।

ଭୋଗରାଇ ବ୍ଳକର ୧୦ ହଜାର ଲୋକଙ୍କୁ ସ୍ଥାନାନ୍ତର କରାଯାଇଥିବା ବେଳେ ବାଲିଆପାଳ ବ୍ଳକର ୮ ହଜାର ଲୋକଙ୍କୁ ସ୍ଥନାନ୍ତର କରାଯାଇଛି। ଭୋଗରାଇ ବ୍ଲକର ସାହାବାଜୀପୁର, ଉଦୟପୁର, ତାଳସାରୀ, ରଣସିଂହପୁର, ବିଚିତ୍ରପୁର, କୀର୍ତ୍ତନିଆ, କୁମ୍ଭୀରଗଡ଼ି ଗାଁ ଏବଂ ବାଲିଆପାଳ ବ୍ଲକର ବଡାଶ, ଚୌମୁଖ, କଙ୍କଡାପାଳ, ଡଗର, ବେତଗଡ଼ିଆ, ଅଁଳାଡିହା ଗାଁ ପ୍ରଭାବିତ ହେବାର ଆଶଙ୍କା ରହିଛି।

Comment