ଓଡ଼ିଶାଲାଇଭ୍ ବ୍ୟୁରୋ

ଲକଡାଉନ୍ ସମୟରେ ହୋଇପାରିବ ଦଶମ ଓ +୨ ପରୀକ୍ଷା। ଏନେଇ ବୁଧବାର କେନ୍ଦ୍ର ଗୃହ ମନ୍ତ୍ରଣାଳୟ ପକ୍ଷରୁ ସୂଚନା ଦିଆଯାଇଛି। ହେଲେ ଏଥିପାଇଁ କେତେକ ସ୍ୱତନ୍ତ୍ର ଗାଇଡଲାଇନ୍ ମାନିବାକୁ ପଡ଼ିବ। ଏହି ଗାଇଡଲାଇନକୁ ପାଳନ କରି ସମସ୍ତ ରାଜ୍ୟର ବୋର୍ଡ ନିଜର ଦଶମ +୨ ପରୀକ୍ଷା କରିପାରିବେ।

କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଟୁଇଟ୍ କରି ଏ ସମ୍ବନ୍ଧରେ ସୂଚନା ଦେଇଛନ୍ତି। ଯାହା ଫଳରେ ଯେଉଁ ରାଜ୍ୟରେ ଲକଡାଉନ୍ କାରଣରୁ ଦଶମ ଓ ପ୍ଲସ୍ ଟୁ ବୋର୍ଡ ପରୀକ୍ଷା ଅଧାରେ ଅଟକି ରହିଛି ସେଠାରେ ଏହି ବୋର୍ଡ ପରୀକ୍ଷା ହୋଇପାରିବ।

 ଏଥିରେ ରହିଥିବା ଗାଇଡଲାଇନ୍ ହେଉଛି…

  • ପରୀକ୍ଷା କେନ୍ଦ୍ର କୌଣସି କଣ୍ଟେନମେଣ୍ଟ ଜୋନରେ ହେବ ନାହିଁ ।
  • ସମସ୍ତ ପରୀକ୍ଷାର୍ଥୀ, ଶିକ୍ଷକ, ସ୍କୁଲ ଓ କଲେଜ ଷ୍ଟାଫ୍ ମାସ୍କ ପିନ୍ଧିବା ବାଧ୍ୟତାମୂଳକ।
  • ସମସ୍ତ ପରୀକ୍ଷା କେନ୍ଦ୍ରରେ ସାମାଜିକ ଦୂରତା ପାଳନ କରାଯିବ
  • ପରୀକ୍ଷା ଦେବାକୁ ଯିବାକୁ ପୂର୍ବରୁ ପରୀକ୍ଷାର୍ଥୀ ଏବଂ ଦାୟିତ୍ୱରେ ଥିବା ଶିକ୍ଷକଙ୍କ ଥର୍ମାଲ ସ୍କ୍ରିନିଂ କରିବାକୁ ପଡ଼ିବ।
  • ପରୀକ୍ଷାର୍ଥୀଙ୍କୁ ପରୀକ୍ଷା କେନ୍ଦ୍ରକୁ ଯିବାକୁ ସ୍ୱତନ୍ତ୍ର ବସର ଆୟୋଜନ କରିବାକୁ ପଡ଼ିବ।

Comment