ଓଡ଼ିଶାଲାଇଭ୍‌ ଏଣ୍ଟରଟେନମେଣ୍ଟ ବ୍ୟୁରୋ

ବାହୁବଳୀ ଫେମ୍ ତଥା ସାଉଥ ଅଭିନେତା ରାଣା ଦଗୁବତୀ ଖୁବଶୀଘ୍ର ବିବାହ କରିବାକୁ ଯାଉଛନ୍ତି। ରାଣାଙ୍କର ତାଙ୍କ ଗର୍ଲଫ୍ରେଣ୍ଡ ମିହିକା ବଜାଜଙ୍କ ସହ ନିର୍ବନ୍ଧ ମଧ୍ୟ ସରିଛି। ଏହି ଲକଡାଉନ ଭିତରେ ରାଣା ନିର୍ବନ୍ଧ ଫଟୋ ସୋସିଆଲ ମିଡିଆରେ ସେୟାର କରି ତାଙ୍କ ପ୍ରଶଂସକଙ୍କୁ ସରପ୍ରାଇଜ୍‌ ଦେଇଛନ୍ତି।

ଏହି ଫଟୋ ସୋସିଆଲ ମିଡିଆରେ ପୋଷ୍ଟ ହେବା ଭାଇରାଲ ହେବାରେ ଲାଗିଛି। ଅନେକ ସାଉଥ ଷ୍ଟାରଙ୍କ ସମେତ ପ୍ରଶଂସକମାନେ ତାଙ୍କୁ ଅଭିନନ୍ଦନ ମଧ୍ୟ ଜଣାଇଛନ୍ତି।

ତେବେ ଉଭୟ କେବେ ବିବାହ କରିବେ ତାହା ଜଣାପଡ଼ିନାହିଁ। ରାଣା ଟଲିଉଡ ସହ ବଲିଉଡରେ ମଧ୍ୟ କିଛି ଫିଲ୍ମରେ ଅଭିନୟ କରିଛନ୍ତି। ତାଙ୍କ ଫିଗର ପାଇଁ ସେ ବେଶୀ ଲୋକପ୍ରିୟ। ରାଣାଙ୍କ ସହ ନିର୍ବନ୍ଧ କରିଥିବା ମିହୀକା ବଜାଜ ଜଣେ ଇଭେଣ୍ଟ ପ୍ଲାନର।

Comment