ଓଡ଼ିଶାଲାଇଭ୍‌ ବ୍ୟୁରୋ

ଭୁବନେଶ୍ୱର ଲିଙ୍ଗରାଜ ମନ୍ଦିରରେ ଶୀତଳ ଷଷ୍ଠୀ ଯାତ୍ରା ପାଇଁ ଅନୁମତି ପ୍ରଦାନ କରିବାକୁ ବିଏମସି କର୍ତ୍ତୃପକ୍ଷ ମନା କରିଦେଇଛନ୍ତି। ବିଏମସି ଅତିରିକ୍ତ କମିସନର ଅବନିକାନ୍ତ ପଟ୍ଟନାୟକ ଏନେଇ ରାଜ୍ୟ ସରକାରଙ୍କୁ ଚିଠି ଲେଖିଥିଲେ। ବିଏମସିର ଏହି ନିଷ୍ପତ୍ତି ମନ୍ଦିରର ସେବାୟତମାନଙ୍କ ମଧ୍ୟରେ ନିରାଶ ଭାବ ସୃଷ୍ଟି କରିଛି।

ଉଲ୍ଲେଖଯୋଗ୍ୟ ଯେ, କେନ୍ଦ୍ର ଗୃହ ମନ୍ତ୍ରାଳୟ ମେ’ ୩୧ ପର୍ଯ୍ୟନ୍ତ ଲକ୍‌ଡାଉନ୍‌ ସମୟ ବୃଦ୍ଧି କରିଛନ୍ତି। ଏହି ସମୟରେ କୌଣସି ଯାନି ଯାତ୍ରା ପାଇଁ ଅନୁମତି ନଥିବାରୁ ମେ’ ୨୭ରେ ହେବାକୁ ଥିବା ଶୀତଳ ଷଷ୍ଠୀ ଯାତ୍ରାକୁ ବାତିଲ କରିଦିଆଯାଇଛି।

ଏଥି ପୂର୍ବରୁ ମଧ୍ୟ କରୋନା ଲକଡାଉନ ପାଇଁ ବାର୍ଷିକ ରୁକୁଣା ରଥ ଟଣା ଓ ଚନ୍ଦନ ଯାତ୍ରାକୁ ପ୍ରଶାସନ ପକ୍ଷରୁ ବାତିଲ କରାଯାଇଥିଲା।

Comment