ଓଡ଼ିଶାଲାଇଭ୍ କରୋନା ବ୍ୟୁରୋ

ଦେଶରେ ଦିନକୁ ଦିନ କରୋନା ସଂକ୍ରମଣ ବୃଦ୍ଧି ପାଇବାରେ ଲାଗିଛି। ଏହାରି ମଧ୍ୟରେ ଗୋଟିଏ ଖବର ଏବେ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଦେଇଛି। ମହାରାଷ୍ଟରେ ମୋଟ ୧୮୦୯ ଜଣ ପୋଲିସ୍ କର୍ମଚାରୀ କରୋନା ସଂକ୍ରମିତ ହୋଇଛନ୍ତି।

ଗତ ୨୪ ଘଣ୍ଟା ମଧ୍ୟରେ ମହାରାଷ୍ଟ୍ରରେ ୫୧ ଜଣ ପୋଲିସ କର୍ମଚାରୀ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଫଳରେ ରାଜ୍ୟରେ କରୋନା ସଂକ୍ରମିତ ହୋଇଥିବା ପୋଲିସ୍ କର୍ମଚାରୀଙ୍କ ସଂଖ୍ୟା ୧୮୦୯କୁ ବୃଦ୍ଧି ପାଇଛି।

ତେବେ ଖୁସିର କଥା ହେଲା ସେଥିମଧ୍ୟରୁ ୬୭୮ ଜଣ ପୋଲିସ୍ କର୍ମୀ ସୁସ୍ଥ ହୋଇଗଲେଣି। ତେବେ ଏହା  ମଧ୍ୟରୁ ୧୮ ଜଣ କର୍ମଚାରୀ ପ୍ରାଣ ମଧ୍ୟ ହରାଇସାରିଲେଣି ବୋଲି ସୂଚନା ରହିଛି।

ମହାରାଷ୍ଟ୍ର ଏବେ ବି ଦେଶର ସବୁଠୁ ଅଧିକ କରୋନା ସଂକ୍ରମିତ ରାଜ୍ୟ ହୋଇ ରହିଛି। ସେଠାରେ ଆକ୍ରାନ୍ତଙ୍କ ସଂଖ୍ୟା ୫୦ ହଜାର ଟପିଥିବାବେଳେ ଏବେ ସୁଦ୍ଧା ୧୬୩୫ ଜଣ ପ୍ରାଣ ହରାଇସାରିଲେଣି।

Comment