ଓଡ଼ିଶାଲାଇଭ୍ କରୋନା ବ୍ୟୁରୋ

ଓଡ଼ିଶାବାସୀଙ୍କ ପାଇଁ ଖୁସି ଖବର। ରାଜ୍ୟର ଆଉ ୯୦ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇ ହସ୍ପିଟାଲରୁ ଡିସଚାର୍ଜ ହୋଇଛନ୍ତି। ଫଳରେ ରାଜ୍ୟରେ ଏବେ କରୋନାରୁ ସୁସ୍ଥ ହୋଇଥିବା ଆକ୍ରାନ୍ତଙ୍କ ସଂଖ୍ୟା ୯୭୭କୁ ବୃଦ୍ଧି ପାଇଛି।

ଶୁକ୍ରବାର ସୁସ୍ଥ ହୋଇଥିବା ୯୦ ଜଣ ଆକ୍ରାନ୍ତଙ୍କ ମଧ୍ୟରୁ ୨୩ ଜଣ ଜଗତସିଂହପୁରର ବୋଲି ସୂଚନା ମିଳିଛି। ସେହିପରି ଯାଜପୁରରୁ ୨୨, ଭଦ୍ରକରୁ ୨୧, ଗଞ୍ଜାମରୁ ୧୫ , କଟକରୁ ୩ ଜଣ ସୁସ୍ଥ ହୋଇଛନ୍ତି। ଏଥିସହ ଖୋର୍ଦ୍ଧା ଓ ସମ୍ବଲପୁରରୁ ୨ ଜଣ ଲେଖାଁଏ ଏବଂ ବାଲେଶ୍ୱର ଓ ନୟାଗଡ଼ରୁ ଜଣେ ଲେଖାଏଁ ସୁସ୍ଥ ହୋଇ ହସ୍ପିଟାଲରୁ ଡିସଚାର୍ଜ ହୋଇଛନ୍ତି। ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ମିଳିଛି।

ଏଥିସହ ରାଜ୍ୟରେ ମୋଟ ୧୭୨୩ ଜଣ ଆକ୍ରାନ୍ତଙ୍କ ମଧ୍ୟରୁ ୯୭୭ ଜଣ ସୁସ୍ଥ ହୋଇଥିବାବେଳେ  ୭ ଜଣ ପ୍ରାଣ ହରାଇଛନ୍ତି। ଏବେ ବି ରାଜ୍ୟରେ ୭୩୭ ଜଣ ଆକ୍ରାନ୍ତ ସକ୍ରିୟ ଅଛନ୍ତି ବୋଲି ସ୍ୱାସ୍ଥ୍ୟ ବିଭାଗ ସୂଚନା ଦେଇଛି।

Comment