ଓଡ଼ିଶାଲାଇଭ୍ କରୋନା ବ୍ୟୁରୋ

ରାଜ୍ୟରେ ପୁଣି ବୃଦ୍ଧି ପାଇଲା କରୋନା ସଂକ୍ରମିତଙ୍କ ସଂଖ୍ୟା। ସୋମବାର ରାଜ୍ୟରେ ଆଉ ୧୫୬ ଜଣ କରୋନା ପଜିଟିଭ୍ ଥିବା ଜଣାପଡ଼ିଛି। ଫଳରେ ରାଜ୍ୟରେ ବର୍ତ୍ତମାନ କରୋନା ସଂକ୍ରମିତଙ୍କ ସଂଖ୍ୟା ୨ ହଜାର ଟପିଛି।

ସୋମବାର ଚିହ୍ନଟ ହୋଇଥିବା ୧୫୬ ଜଣ ସଂକ୍ରମିତଙ୍କ ମଧ୍ୟରୁ ୧୫୩ ଜଣ କ୍ୱାରେଣ୍ଟିନ୍ ସେଣ୍ଟରରୁ ଚିହ୍ନଟ ହୋଇଛନ୍ତି। ସେହିଭଳି ବାକି ୩ ଜଣ ସ୍ଥାନୀୟ ଲୋକ ବୋଲି ଜଣାପଡ଼ିଛି। ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ସୂଚନା ଦେଇଛନ୍ତି।

ଆଜି ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରେ କେନ୍ଦ୍ରାପଡ଼ାରୁ ସର୍ବାଧିକ ୫୦ ଜଣ ଚିହ୍ନଟ ହୋଇଛନ୍ତି। ଏହାପରେ ଗଞ୍ଜାମରୁ ୧୭, ଯାଜପୁରରୁ ୧୧, ଖୋର୍ଦ୍ଧାରୁ ୩, କଟକରୁ ୨୦, ଭଦ୍ରକରୁ ୭, ଜଗତସିଂହପୁର ୧୪, ବଲାଙ୍ଗିରରୁ ୨, ନୟାଗଡ,ସୁନ୍ଦରଗଡ଼,ନୂଆପଡ଼ା,ମୟୁରଭଞ୍ଜ,ବରଗଡ଼ ଓ ସୋନପୁରରୁ ୩ ଜଣ ଲେଖାଁଏ ଚିହ୍ନଟ ହୋଇଛନ୍ତି। ଏଥିସହିତ ବୌଦ୍ଧରୁ ୧,କେନ୍ଦୁଝରରୁ ୧, କନ୍ଧମାଳରୁ ୯, ମାଲକାନଗିରିରୁ ୧, ସମ୍ବଲପୁରରୁ ୨ ଜଣ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।

ଏହାକୁ ମିଶାଇ ରାଜ୍ୟରେ ଏବେ ସମୁଦାୟ କରୋନା ସଂକ୍ରମିତଙ୍କ ସଂଖ୍ୟା ୨୧୦୪ରେ ପହଞ୍ଚିଛି। ସେଥିମଧ୍ୟରୁ ୧୧୨୬ ଜଣ ସୁସ୍ଥ ହୋଇଥିବାବେଳେ ୭ ଜଣ ପ୍ରାଣ ହରାଇଛନ୍ତି। ଏବେ ବି ରାଜ୍ୟରେ ୯୬୯ ଜଣ ଆକ୍ରାନ୍ତ ସକ୍ରିୟ ଅଛନ୍ତି ବୋଲି ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ମିଳିଛି।

Comment