ଓଡ଼ିଶାଲାଇଭ୍‌ ଏଣ୍ଟରଟେନମେଣ୍ଟ ବ୍ୟୁରୋ

ଅଗଷ୍ଟ ମାସ ୮ ତାରିଖରେ ବିବାହ ବନ୍ଧନରେ ବାନ୍ଧି ହେବେ ‘ବାହୁବଳୀ’ ଷ୍ଟାର ରାଣା ଦଗୁବତୀ। ଏନେଇ ରାଣା ଦଗୁବତୀଙ୍କ ବାପା ସୁରେଶ ବାବୁ ସୂଚନା ଦେଇଛନ୍ତି। ତେବେ କରୋନା ଭାଇରସ ପାଇଁ ଏହି ସେଲିବ୍ରିଟିଙ୍କ ବିବାହରେ ଅଧିକ ଲୋକ ସାମିଲ ହେବେ ନାହିଁ। କେବଳ ଦୁଇ ପରିବାର ଲୋକଙ୍କ ଭିତରେ ବିବାହ ସମ୍ପନ୍ନ ହେବ ବୋଲି ସୁରେଶ ବାବୁ କହିଛନ୍ତି। ଏଥିସହ କରୋନା ପାଇଁ ଜାରି ଗାଇଡଲାଇନ ମଧ୍ୟ ପାଳନ କରାଯିବ।

ରାଣାଙ୍କର ତାଙ୍କ ଗର୍ଲଫ୍ରେଣ୍ଡ ମିହିକା ବଜାଜଙ୍କ ସହ ନିର୍ବନ୍ଧ ଏହି ଲକଡାଉନ ଭିତରେ ସରିଛି। ରାଣା ନିର୍ବନ୍ଧ ଫଟୋ ସୋସିଆଲ ମିଡିଆରେ ସେୟାର କରି ତାଙ୍କ ପ୍ରଶଂସକଙ୍କୁ ସରପ୍ରାଇଜ୍‌ ଦେଇଥିଲେ।

ରାଣା ଟଲିଉଡ ସହ ବଲିଉଡରେ ମଧ୍ୟ କିଛି ଫିଲ୍ମରେ ଅଭିନୟ କରିଛନ୍ତି। ତାଙ୍କ ଫିଗର ପାଇଁ ସେ ବେଶୀ ଲୋକପ୍ରିୟ। ରାଣାଙ୍କ ସହ ନିର୍ବନ୍ଧ କରିଥିବା ମିହୀକା ବଜାଜ ଜଣେ ଇଭେଣ୍ଟ ପ୍ଲାନର ଓ ଡିଜାଇନର।

Comment