ଓଡ଼ିଶାଲାଇଭ୍ କରୋନା ବ୍ୟୁରୋ

ମେ ୮ ତାରିଖ  ଅପରାହଣ ସାଢ଼େ ୩ଟାରେ ଡିଜିଟାଲ୍ ରାଲିର ଆୟୋଜନ କରିବ ବିଜେପି। ମୋଦୀ ସରକାର ଦ୍ୱିତୀୟ ପାଳିର ବର୍ଷପୂର୍ତ୍ତି ଅବସରରେ ଏହି ରାଲିର ଆୟୋଜନ କରାଯାଉଛି ବୋଲି ସୂଚନା ଦେଇଛନ୍ତି ରାଜ୍ୟ ବିଜେପି ସଭାପତି ସମୀର ମହାନ୍ତି।

ଏହି ଡିଜିଟାଲ ରାଲିରେ କେନ୍ଦ୍ର ଗୃହମନ୍ତ୍ରୀ ତଥା ପୂର୍ବତନ ବିଜେପି ଅଧ୍ୟକ୍ଷ ଅମିତ ଶାହ ଓଡ଼ିଶାବାସୀଙ୍କୁ ସମ୍ବୋଧିତ କରିବେ। ତା ସହିତ ପଶ୍ଚିମବଙ୍ଗ ଏବଂ ବିହାରର ଲୋକଙ୍କୁ ମଧ୍ୟ ଅମିତ ଶାହ ସମ୍ବୋଧିତ କରିବେ ବୋଲି ସମୀର ମହାନ୍ତି ସୂଚନା ଦେଇଛନ୍ତି।

ଏଥିପାଇଁ ଏବେ ବିଜେପି ଶିବିରରେ କର୍ମୀମାନେ କାମରେ ଲାଗିପଡ଼ିଛନ୍ତି। ଡିଜିଟାଲ୍ ରାଲିରେ ଲକ୍ଷାଧିକ କର୍ମୀଙ୍କୁ ଯୋଡ଼ିବାକୁ ବିଜେପି ଲକ୍ଷ୍ୟ ରଖିଛି ବୋଲି କୁହାଯାଇଛି।

Comment