ଓଡ଼ିଶାଲାଇଭ୍‌ ବ୍ୟୁରୋ

ରାଜ୍ୟରେ ଘରୋଇ ବସ୍‌ ସେବା ଆରମ୍ଭ ହୋଇଥିବା ବେଳେ ଓଏସ୍‌ଆର୍‌ଟିସି ବସ୍‌ ସେବା ସୋମବାରଠୁ ଆରମ୍ଭ ହେବ। ଏନେଇ ରାଜ୍ୟ ସଡ଼କ ପରିବହନ ନିଗମର ସିଏମ୍‌ଡି ଅରୁଣ ବୋଥ୍ରା ସୂଚନା ଦେଇଛନ୍ତି। ପ୍ରଥମ ଦଫାରେ ୬୬ଟି ରୁଟ୍‌ରେ ୯୬ଟି ବସ୍‌ ଚାଲିବ।

ଯେତିକି ସିଟ୍‌ ସେତିକି ଯାତ୍ରୀ ଯିବେ। କୌଣସି ଯାତ୍ରୀ ଠିଆ ହୋଇ ଯାଇପାରିବେ ନାହିଁ। ଯାତ୍ରୀମାନେ ମାସ୍କ ପିନ୍ଧିବା ବାଧ୍ୟତାମୂଳକ। ବିନା ମାସ୍କରେ ଯାତ୍ରା କରିହେବ ନାହିଁ।

ଗତ କିଛିଦିନ ତଳେ ରାଜ୍ୟରେ ଘରୋଇ ବସ୍‌ ଚଳାଚଳକୁ ଅନୁମତି ଦେଇଥିଲେ ରାଜ୍ୟ ସରକାର। ହେଲେ ଓସ୍‌ଆର୍‌ଟିସି ବସ୍‌ ଚାଲି ନଥିଲା। ଲକ୍‌ଡାଉନ୍‌ ପାଇଁ ମାର୍ଚ୍ଚ ୨୪ରୁ ରାଜ୍ୟରେ ବସ୍‌ ଚଳାଚଳ ବନ୍ଦ ରହିଥିଲା।

‘‘୪୪୦ ବସ୍‌ ଭିତରୁ ୭୦ ପ୍ରତିଶତ ବସ୍‌ ପ୍ରବାସୀ ଶ୍ରମିକଙ୍କୁ ନେବା ଆଣିବାରେ ଲାଗିଥିଲା। ଏବେ ପ୍ରବାସୀ ଶ୍ରମିକଙ୍କ ଆସିବା ସଂଖ୍ୟା କମିବାରେ ଲାଗିଛି। ବସ୍‌ ଚଳାଚଳ ଆରମ୍ଭ କରିବାକୁ ସାଧାରଣ ଯାତ୍ରୀମାନେ ଦାବି କରିଥିଲେ। ଏଣୁ ଆମେ ସୋମବାରଠାରୁ ବସ୍‌ ସେବା ଆରମ୍ଭ କରିବୁ’’, କହିଛନ୍ତି ଅରୁଣ ବୋଥ୍ରା।

Comment