ଓଡ଼ିଶାଲାଇଭ୍‌ ବ୍ୟୁରୋ

ରାଜ୍ୟରେ ଆଜିଠାରୁ ସରାକରୀ ବସ୍‌ ଚଳାଚଳ ଆରମ୍ଭ ହୋଇଛି। ଆଜି ସକାଳ ୬ଟାରୁ ଓଏସ୍‌ଆର୍‌ଟିସିର ବସ୍‌ଗୁଡ଼ିକ ଚଳାଚଳ ଆରମ୍ଭ କରିଛନ୍ତି। ପ୍ରଥମ ପର୍ଯ୍ୟାୟରେ ୬୬ଟି ରୁଟ୍‌ରେ ୯୬ଟି ବସ୍‌ ଚଳାଚଳ କରିବ।

ଯେତିକି ସିଟ୍‌ ସେତିକି ଯାତ୍ରୀ ଯିବେ। କୌଣସି ଯାତ୍ରୀ ଠିଆ ହୋଇ ଯାଇପାରିବେ ନାହିଁ। ଯାତ୍ରୀମାନେ ମାସ୍କ ପିନ୍ଧିବା ବାଧ୍ୟତାମୂଳକ। ବିନା ମାସ୍କରେ ଯାତ୍ରା କରିହେବ ନାହିଁ ବୋଲି ସରକାରଙ୍କ ପକ୍ଷରୁ କଟକଣା ଜାରି କରାଯାଇଛି।

ଗତ କିଛିଦିନ ତଳେ ରାଜ୍ୟରେ ଘରୋଇ ବସ୍‌ ଚଳାଚଳକୁ ଅନୁମତି ଦେଇଥିଲେ ରାଜ୍ୟ ସରକାର। ହେଲେ ଓସ୍‌ଆର୍‌ଟିସି ବସ୍‌ ଚାଲି ନଥିଲା। ଲକ୍‌ଡାଉନ୍‌ ପାଇଁ ମାର୍ଚ୍ଚ ୨୪ରୁ ରାଜ୍ୟରେ ବସ୍‌ ଚଳାଚଳ ବନ୍ଦ ରହିଥିଲା।

ଲକ୍‌ଡାଉନ୍‌ରେ ଜୀବନ ଯାତ୍ରାକୁ ସ୍ଵାଭାବିକ କରିବା ପାଇଁ ପୂର୍ବରୁ ବିମାନ ଓ ରେଳ ସେବା ଆରମ୍ଭ ହୋଇଥିଲା। ବର୍ତ୍ତମାନ ବସ୍‌ ଚଳାଚଳକୁ ମଧ୍ୟ ଅନୁମତି ଦେଇଛନ୍ତି। ହେଲେ ବସ୍‌ରେ ଯାତ୍ରା କରିବା ପାଇଁ ସରକାର ବିଭିନ୍ନ କଟକଣା ଜାରି କରିଛନ୍ତି।

Comment