ଓଡ଼ିଶାଲାଇଭ୍ ବ୍ୟୁରୋ

k.palani-1

ଭାରତ-ଚୀନ ସୀମା ବିବାଦକୁ ନେଇ ପୂର୍ବ ଲଦାଖର ଗଲଓ୍ୱାନରେ ହୋଇଥିବା ସଂଘର୍ଷରେ ପ୍ରାଣ ହରାଇଛନ୍ତି ଭାରତର ୨୦ ଜଣ ବୀର ଯବାନ। ଏଥିରେ ଅଛନ୍ତି ତାମିଲନାଡ଼ୁର କେ.ପଲାନୀ। ଗତ ସୋମବାର ଦିନ ଗଲଓ୍ୱାନରେ ଭାରତ-ଚୀନ ମୁହାଁମୁହିଁରେ ସେ ହୋଇଯାଇଛନ୍ତି ସହିଦ।

ତାମିଲନାଡ଼ୁର ରାମନାଥପୁର ଜିଲ୍ଲାର କଟୁକ୍କଲୁର ଗାଁର ସେ ବାସିନ୍ଦା। ବୟସ ଚାଳିଶି ବର୍ଷ। ତାଙ୍କ ଧର୍ମପତ୍ନୀ ବନତି ଦେବୀ, ଦଶ ବର୍ଷୀୟ ପୁଅ ପ୍ରସନ୍ନା ଏବଂ ଆଠ ବର୍ଷୀୟ ଝିଅ ଦିବ୍ୟାଙ୍କୁ ନେଇ ତାଙ୍କର ସୁଖୀ ସଂସାର ଥିଲା। ନିଜର ଏକ ଘର ତିଆରି କରିବା ତାଙ୍କର ସ୍ୱପ୍ନ ଥିଲା। ଏହି ସ୍ୱପ୍ନ ସତ ମଧ୍ୟ ହୋଇଥିଲା। ସ୍ତ୍ରୀଙ୍କ ଗହଣା ବନ୍ଧା ପକାଇ ବ୍ୟାଙ୍କରୁ ଲୋନ୍ କରି ଘର ତିଆରି କରିଥିଲେ ପଲାନୀ। ହେଲେ ଗତ ଜୁନ୍ ୩ ତାରିଖରେ ତାଙ୍କ ଜନ୍ମଦିନ ଅବସରରେ ତାଙ୍କ ନୂଆ ଘରର ଗୃହ ପ୍ରବେଶ କାର୍ଯ୍ୟକ୍ରମରେ ଯୋଗ ଦେଇପାରିନଥିଲେ। ଫୋନରେ ପତ୍ନୀଙ୍କୁ କହିଥିଲେ ତାଙ୍କ ପାଇଁ ଦେଶ ଆଗ ତାପରେ ଘର।

k.palani-2

ସୀମାକୁ ଯିବା ସମୟରେ ପଲାନୀ ନିଜ ପତ୍ନୀଙ୍କୁ ଏହି ବିଷୟରେ ଜଣାଇବା ସହ ଆଗକୁ ସଂପର୍କ କରିବା ସମ୍ଭବ ହୋଇପାରିବ ନାହିଁ, ତେଣୁ ଚିନ୍ତା ନକରିବାକୁ କହିଥିଲେ। ଏହି ବର୍ଷ ସେନାରୁ ଅବସର ନେବା ପାଇଁ ଭାବିଥିଲେ ପଲାନୀ। ବ୍ୟାଙ୍କର ଲୋନ୍ ସୁଝିବା ସହ ପତ୍ନୀଙ୍କ ଗହଣା ଫେରାଇଆଣିବାକୁ ଇଚ୍ଛା ରଖିଥିଲେ। ହେଲେ ଦେଶ ପାଇଁ ନିଜ କର୍ତ୍ତବ୍ୟ ଆଗରେ ସବୁକିଛି ଭୁଲି ନିଜ ଜୀବନକୁ ବାଜି ଲଗାଇ ସେ ହୋଇଯାଇଛନ୍ତି ସହିଦ।

Comment