ଓଡ଼ିଶାଲାଇଭ୍‌ ବ୍ୟୁରୋ

ବଲିଉଡ ଅଭିନେତା ସୁଶାନ୍ତ ସିଂ ରାଜପୁତ ମୂଳତଃ ବିହାରର ଥିଲେ। ତାଙ୍କ ପୈତୃକ ଗ୍ରାମ ପୂର୍ଣ୍ଣିଆ ଜିଲ୍ଲାରେ ଥିବାବେଳେ ତାଙ୍କ ପରିବାର ବର୍ତ୍ତମାନ ପାଟନାରେ ରହୁଛନ୍ତି। ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁରେ ସମଗ୍ର ବିହାର ଦୁଃଖ ପ୍ରକାଶ କରିଛି।

ସୁଶାନ୍ତଙ୍କ ସ୍ମୃତିରେ ବିହାରରେ ଏକ ଫିଲ୍ମସିଟି ନିର୍ମାଣ କରିବାକୁ ସରକାରଙ୍କୁ ଦାବି କରିଛି ସବର୍ଣ୍ଣ ସେନା। ଏହି ସିଟିର ନାଁ ‘ସୁଶାନ୍ତ ସିଂ ରାଜପୁତ ଫିଲ୍ମସିଟି’ ରଖାଯିବ ବୋଲି ମଧ୍ୟ ଶୁଣିବାକୁ ମିଳୁଛି।

ସୁଶାନ୍ତ ସିଂ ରାଜପୁତ ବିହାରର ଲକ୍ଷ ଲକ୍ଷ ଯୁବକଙ୍କ ପ୍ରେରଣା ଥିଲେ। ତାଙ୍କ ସମ୍ମାନରେ ସରକାର ଏହି ପଦକ୍ଷେପ ନେବା ଉଚିତ୍ ବୋଲି କହିଛି ସବର୍ଣ୍ଣ ସେନା। ଏହାସହ ବିହାରରେ କରଣ ଜୋହର, ସଲମାନ ଖାନଙ୍କ ଫିଲ୍ମକୁ ବଏକଟ୍‌ କରିବାକୁ ମଧ୍ୟ ସଙ୍ଗଠନ ଦାବି କରିଛି।

Comment