ଓଡ଼ିଶାଲାଇଭ୍‌ ବ୍ୟୁରୋ

ରାତି ପାହିଲେ ମହାପ୍ରଭୁଙ୍କ ଶ୍ରୀଗୁଣ୍ଡିଚା ଯାତ୍ରା। ତିନି ରଥରେ ବିଜେ ହୋଇ ଗୁଣ୍ଡିଚା ମନ୍ଦିରକୁ ଯାତ୍ରା କରିବେ ମହାବାହୁ। ଏଥିପାଇଁ ଯୁଦ୍ଧକାଳୀନ ଭିତ୍ତିରେ ପ୍ରସ୍ତୁତି ଚାଲିଛି। କରୋନା କଟକଣା ଭିତରେ ରଥଯାତ୍ରା ପାଳନ କରିବାକୁ ସୁପ୍ରିମକୋର୍ଟ ଅନୁମତି ଦେବା ପରେ ରାଜ୍ୟ ସରକାର ଏବଂ ଶ୍ରୀମନ୍ଦିର ପ୍ରଶାସନ ରଥଯାତ୍ରାକୁ ଶୃଙ୍ଖଳିତ କରିବା ପାଇଁ ଲାଗି ପଡ଼ିଛନ୍ତି। ସକାଳ ୭ଟାରୁ ପହଣ୍ଡି ଆରମ୍ଭ ହେବା ସହ ଦିନ ୧୨ଟା ସୁଦ୍ଧା ରଥଟଣା ଆରମ୍ଭ କରିବାକୁ ପ୍ରଶାସନ ପ୍ରସ୍ତୁତି ଚଳାଇଛି।

ମହାପ୍ରଭୁଙ୍କ ଶଅୀଗୁଣ୍ଡିଚା ଯାତ୍ରା ପାଇଁ ଶ୍ରୀମନ୍ଦିର ପ୍ରଶାସନ ନୀତିନିର୍ଘଣ୍ଟ ପ୍ରକାଶ କରିଛି। କେତେବେଳେ କ’ଣ ହେବ ତାର ଏକ ତାଲିକା ପ୍ରସ୍ତୁତ କରିଛି ଶ୍ରୀମନ୍ଦିର ପ୍ରଶାସନ।

ଭୋର୍‌ ୩ଟାରେ ମଙ୍ଗଳ ଆଳତୀ, ୩ଟା୧୫ରେ ମଇଲମ, ୩ଟା୩୦ରେ ତଡପଲାଗି, ୪ଟାରେ ରୋଷହୋମ, ୪ଟା୩୦ରେ ଅବକାଶ, ୪ଟା୪୫ରେ ସୂର୍ଯ୍ୟ ପୂଜା, ୫ଟାରେ ଦ୍ୱାରପାଳ ପୂଜା, ୫ଟା୩୦ରୁ ସକାଳ ୬ଟା୩୦ ଭିତରେ ଗୋପାଳ ବଲ୍ଲଭ ଓ ସକାଳଧୂପ, ସକାଳ ୬ଟା୪୫ରେ ରଥ ପ୍ରତିଷ୍ଠା ଓ ମଙ୍ଗଳାର୍ପଣ, ୭ଟାରୁ ପହଣ୍ଡି ଆରମ୍ଭ, ୧୦ଟାରେ ପହଣ୍ଡି ଶେଷ, ସକାଳ ୧୦ଟାରୁ ସାଢ଼େ ୧୦ଟା ଭିତରେ ମଦନମୋହନ ବିଜେ, ସକାଳ ସାଢ଼େ ୧୦ଟାରୁ ୧୧ଟା ଚିତାଲାଗି, ଦିନ ୧୧ଟାରୁ ସାଢ଼େ ୧୧ଟା ବେଶ ଶେଷ, ସାଢ଼େ ୧୧ଟାରୁ ଛେରାପହଁରା, ଦିନ ୧୧ଟା ୪୫ରୁ ଚାରମାଳ ଫିଟା, ଘୋଡ଼ା ଓ ସାରଥୀ ଲାଗିବା ଏବଂ ଦିନ ୧୨ଟାରୁ ରଥଟଣା କାର୍ଯ୍ୟ ଆରମ୍ଭ ହେବ।

Comment