ଓଡ଼ିଶାଲାଇଭ୍‌ ବ୍ୟୁରୋ

ଆଜି ଭୁବନେଶ୍ଵରରେ ଆଉ ୧୬ ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ୧୬ ଜଣଙ୍କ ମଧ୍ୟରୁ ୨ ଜଣ ହୋମ୍‌ କ୍ଵାରେଣ୍ଟାଇନ୍‌ ଓ ୧୪ ଜଣ ଲୋକାଲ୍‌ କେସ ଚିହ୍ନଟ ହୋଇଛନ୍ତି। ଏନେଇ ଭୁବନେଶ୍ଵର ମହାନଗର ନିଗମ ପକ୍ଷରୁ ସୂଚନା ମିଳିଛି।

୧୪ ଲୋକାଲ୍‌ କେସ ମଧ୍ୟରୁ ସୁନ୍ଦରପଦା ଅଭିରାମ ବସ୍ତିରୁ ଜଣେ, ଓଲ୍‌ଡଟାଉନ ମହତାବ ରୋଡ୍‌ରୁ ଜଣେ, ଘରୋଇ ହସ୍ପିଟାଲରୁ ୯ ଜଣ, ବରମୁଣ୍ଡା ବିଡିଏ କଲୋନୀରୁ ୨ ଜଣ, ଅନ୍ୟ ଜଣେ ଝାରପଡ଼ା ଜେଲ୍‌ ନିକଟରୁ ଚିହ୍ନଟ ହୋଇଛନ୍ତି।

୨ ଜଣ ହୋମ୍‌ କ୍ଵାରେଣ୍ଟାଇନ୍‌ ମଧ୍ୟରୁ ଯଦୁପୁରରୁ ଜଣେ ଓ ଅନ୍ୟ ଜଣେ ଡେଲ୍ଟା କଲୋନୀରୁ ଚିହ୍ନଟ ହୋଇଛନ୍ତି। ସେହିପରି ଭୁବନେଶ୍ଵରରେ ଆଜି ୧୧ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି।

ଏହାସହ ବର୍ତ୍ତମାନ ଭୁବନେଶ୍ଵରରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୨୭୪କୁ ବୃଦ୍ଧି ପାଇଛି। ସେହିପରି ୧୩୮ ଜଣ ସୁସ୍ଥ ହୋଇଥିବା ବେଳେ ୧୩୨ ଜଣ ସକ୍ରିୟ ରହିଛନ୍ତି।

Comment