ଓଡ଼ିଶାଲାଇଭ୍‌ ବ୍ୟୁରୋ

ଭୁବନେଶ୍ୱରରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢୁଥିବାରୁ ବିଏମ୍‌ସି ପକ୍ଷରୁ ନିୟମ କଡ଼ାକଡ଼ି କରାଯାଇଛି। ହଟ୍‌ସ୍ପଟ୍‌ ଜିଲ୍ଲାରୁ ଭୁବନେଶ୍ୱର ଆସିଲେ ଏଣିକି ସରକାରୀ କ୍ୱାରେଣ୍ଟାଇନ ବାଧ୍ୟତାମୂଳକ ବୋଲି ବିଏମ୍‌ସି କମିସନର ପ୍ରେମ ଚନ୍ଦ୍ର ଚୌଧୁରୀ ସୂଚନା ଦେଇଛନ୍ତି।

ଭୁବନେଶ୍ୱରରେ ମୋଟ ୨୭୪ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଆଜି ୧୬ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ସେମାନଙ୍କ ଭିତରୁ ୧୪ ଲୋକାଲ୍‌ କେସ୍‌ ରହିଛି। ୨ ଜଣ କ୍ୱାରେଣ୍ଟାଇନରୁ ଚିହ୍ନଟ ହୋଇଛନ୍ତି। ଭୁବନେଶ୍ୱରରେ ଆକ୍ରାନ୍ତଙ୍କ ସଂଖ୍ୟା ଦିନକୁ ଦିନ ବଢୁଥିବାରୁ ବିଏମ୍‌ସି କ୍ୱାରେଣ୍ଟାଇନ ନିୟମ ବଦଳାଇଛି।

ଆଗରୁ ରାଜ୍ୟ ବାହାରୁ ଆସିଲେ କ୍ୱାରେଣ୍ଟାଇନରେ ରହିବାକୁ ପଡୁଥିଲା। ହେଲେ ଏବେ ପରିସ୍ଥିତି ଜଟିଳ ହେଉଥିବାରୁ ବିଏମ୍‌ସି କ୍ୱାରେଣ୍ଟାଇନ ନିୟମ ବଦଳାଇଛି।

Comment