ଓଡ଼ିଶାଲାଇଭ୍ କରୋନା ବ୍ୟୁରୋ

କରୋନା ଚିକିତ୍ସା ପାଇଁ ଷ୍ଟେରଏଡ୍ ଡେକ୍ସାମେଥାସନକୁ ମିଳିଲା ଅନୁମତି। ସାମାନ୍ୟରୁ ଗୁରୁତର କରୋନା ଆକ୍ରାନ୍ତମାନଙ୍କ ପାଇଁ ଏହି ଔଷଧ ବ୍ୟବହାର ହୋଇପାରିବ ବୋଲି କୁହାଯାଇଛି। ଏନେଇ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ଆଜି ଅନୁମତି ପ୍ରଦାନ କରିଛି।

ଏହି ଷ୍ଟେରଏଡ୍ ଡେକ୍ସାମେଥନକୁ ସାଧାରଣତଃ ଫୁସଫୁସ୍ ଜନିତ ରୋଗ ପାଇଁ ବ୍ୟବହାର କରାଯାଇଥାଏ। ହେଲେ କରୋନା ରୋଗର ଚିକିତ୍ସା ପାଇଁ ଏହାର ବ୍ୟବହାର କରିବାକୁ ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ ଅନୁମତି ଦେଇଥିଲା। ଶନିବାର କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ମଧ୍ୟ ଏହାକୁ ଅନୁମତି ପ୍ରଦାନ କରିଛି।

Comment