ଓଡ଼ିଶାଲାଇଭ୍ ଏଣ୍ଟରଟେନମେଣ୍ଟ ବ୍ୟୁରୋ

sushant-singh-rajput-Wallpaper-cave

 

ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟକୁ ନେଇ ଅନେକ ବିବାଦରେ ଚର୍ଚ୍ଚା ଚାଲିଛି। ଡିପ୍ରେସନ ଯୋଗୁଁ ସୁଶାନ୍ତ ଆତ୍ମହତ୍ୟା କରିଥିବାର ଜଣାପଡ଼ିଛି। ବର୍ତ୍ତମାନ କଳାକାରଙ୍କ ମାନସିକ ସ୍ଥିତିକୁ ନେଇ ମଧ୍ୟ ଚର୍ଚ୍ଚା ଜୋର୍ ଧରିଛି। ଏଥିମଧ୍ୟରେ କିଛି ଟେଲିଭିଜନ କଳାକାର ସେୟାର କରିଛନ୍ତି ନିଜ ଡିପ୍ରେସନର କାହାଣୀ। କିପରି ଭାବେ ସେମାନେ ହୋଇଥିଲେ ଡିପ୍ରେସନର ଶିକାର ଏବଂ ସେଥିରୁ ଲଢ଼ି ବାହାରିବା କେତେ କଷ୍ଟକର ଥିଲା ସେ ବିଷୟରେ ମୁହଁ ଖୋଲିଛନ୍ତି ଟିଭିର ଏହି ଲୋକପ୍ରିୟ କଳାକାର।

ରୋନିତ୍ ରୟ

ronit roy

ଛୋଟ ପରଦାରୁ ଆରମ୍ଭ କରି ବଡ଼ ପରଦା ପର୍ଯ୍ୟନ୍ତ ସବୁଠି ନିଜର ଅଭିନୟର ଯାଦୂଗରୀ ଦେଖାଇଛନ୍ତି ଅଭିନେତା ରୋନିତ୍ ରୟ। ବେଲେ ଏକଦା ପଇସୈା ଏବଂ କାମ ଅଭାବରୁ ସେ ମଧ୍ୟ ଡିପ୍ରେସନର ଶିକାର ହୋଇଥିଲେ ବୋଲି ସ୍ୱୀକାର କରିଛନ୍ତି। ଏଥିଯୋଗୁଁ ସେ ସବୁବେଳେ ମଦ ପିଉଥିଲେ। ନିଜ ଗୁଜୁରାଣ ମେଣ୍ଟେଇବା ପାଇଁ ସେ ବିଭିନ୍ନ ସୋ’ରେ ଅତିଥି କଳାକାର ବାବେ ଯୋଗ ଦେଉଥିଲେ ଯେଉଁଥିରୁ ତାଙ୍କୁ 2ରୁ 3 ହଜାର ମିଳୁଥିଲା।

ବିକାଶ ଗୁପ୍ତା

vikash gupta

ବିକାଶ ଗୁପ୍ତା ସବୁବେଳେ କିଛି ନା କିଛି ଘଟଣାକୁ ନେଇ ଚର୍ଚ୍ଚାରେ ଥାନ୍ତି। ନିକଟରେ ସେ ଇନଷ୍ଟାଗ୍ରାମରେ ଏକ ଭିଡିଓ ପୋଷ୍ଟ କରି ନିଜ ଡେପ୍ରେସନର କାହାଣୀ କହିଛନ୍ତି। ସେ ମଧ୍ୟ ସୁଶାନ୍ତଙ୍କ ଭଳି ଆତ୍ମହତ୍ୟା କରିବାକୁ ଉଦ୍ୟମ କରିଥିଲେ କିନ୍ତୁ ବିଫଳ ହୋଇଥିଲେ। ଗତ ତିନି ବର୍ଷ ଧରି ସେ ଟର୍ଚର ସହୁଥିବାର ମଧ୍ୟ ସେ କହିଛନ୍ତି।

ସୋମ୍ୟା ସେଠ୍

soumya seth

ସିରିୟଲ୍ ‘ନବ୍ୟା’ ଫେମ୍ ସୋମ୍ୟା ସେଠ୍ ମଧ୍ୟ ଏକ ପୋଷ୍ଟ ଜରିଆରେ ସେୟାର କରିଛନ୍ତି ତାଙ୍କ ଡିପ୍ରେସନ କାହାଣୀ। ନିଜ ହସ ପଛରେ ସେ ନିଜ କଷ୍ଟକୁ ଲୁଚାଇ ରଖିବା ସହ ସେ ନିଜକୁ ଶେଷ କରିବା ପାଇଁ ଅନେକ ପ୍ରକାର ଚେଷ୍ଟା ମଧ୍ୟ କରିଥିବାର ସ୍ୱୀକାର କରିଛନ୍ତି। ଏକଦା ସବୁ ଆଶା ବିଷଅୱାସ ହରାଇ ସେ ଡିପ୍ରେସନର ଶିକାର ହୋଇଛନ୍ତି। ସେ ଜୀବିତ ଥାଇ ମଧ୍ୟ ଭିତରୁ ମରିସାରିଥିଲେ ବୋଲି କହିଛନ୍ତି ସୋମ୍ୟା। ତାଙ୍କୁ ଏପରି ଲାଗୁଥିଲା ସମସ୍ତେ ତାଙ୍କୁ ଚାଡ଼ି ଚାଲିଯାଇଛନ୍ତି ଆଉ କେହି ବି ତାଙଅକୁ ଭଲ ପାଆନ୍ତି ନାହିଁ।

ସମିତା ସେଟ୍ଟି

shamita setty

ସୁଶାନ୍ତଙ୍କ ମୃତ୍ୟୁ ପରେ ଇନଷ୍ଟାଗ୍ରାମରେ ଏକ ପୋଷ୍ଟ ଜରିଆରେ ସମିତା ଡିପ୍ରେସମର ଶିକାର ହୋଇଥିବାର କହିଛନ୍ତି। ସେ କହିଥିଲେ ଡିପ୍ରେସନ ମଣିଷକୁ ଏପରି ସ୍ଥାନକୁ ନେଇଯାଏ ଯେଉଁଠାରେ ଆଶଆ ଏବଂ ଖୁସି ଶେଷ ହୋଇସାରିଥାଏ। ସେ କହିଥିଲେ, “ମୁଁ ନିଜେ ଡିପ୍ରେସନର ଶିକାର ହୋଇଛି ଏବଂ ମତେ ଏହାର କଷ୍ଟ ଜଣା। ଏହାକୁ ଚିହ୍ନିବା, ମାନିବା ଏବଂ ସାହାସ ଜୁଟାଇ ନିଜକୁ ଏହାଠାରୁ ଶକ୍ତିଶାଳୀ ବାବିବା ପାଇଁ ମତେ ବହୁତ ସମୟ ଲାଗିଥିଲା।”

ଦିପ୍ତି ନବଲ

deepti naval

ଫିଲ୍ମ ଜଗତରେ ନାମ କରିଥିବା ଦିପ୍ତି ନବଲ ‘ମେରୀ ଆଓ୍ୱାଜ ହି ପହଚାନ ହେ’, ‘କହକଶା’, ‘ମୁକ୍ତିବନ୍ଧନ’ ଆଦି ଟିଭି ସୋ’ ରେ ଅଭିନୟ କରିଛନ୍ତି। ସୁଶାନ୍ତଙ୍କ ମୃତ୍ୟୁ ପରେ ସେ ନିଜ ଇନଷ୍ଟାଗ୍ରାମରେ ‘ବ୍ଲାକ୍ ଓ୍ୱିଣ୍ଡ’ ନାମକ ଏକ କବିତା ପୋଷ୍ଟ କରିଥିଲେ। ସେଥିରେ ସେ ଦର୍ଶେଇଥିଲେ ଯେ ସେ ମଧ୍ୟ ଡିପ୍ରେସନର ଶିକାର ହୋଇଛନ୍ତି ଏବଂ ତାଙ୍କୁ ମଧ୍ୟ ଆତ୍ମହତ୍ୟା କଲାଭଳି ଭାବନା ମନକୁ ଆସିଥିଲା।

Comment