ଓଡ଼ିଶାଲାଇଭ୍ କରୋନା ବ୍ୟୁରୋ

ବାହୁଡ଼ା ଯାତ୍ରା ପାଇଁ ହୋଇଥିବା କରୋନା ଟେଷ୍ଟିଂରେ ୧୨  ଜଣ ପଜିଟିଭ୍ ଚିହ୍ନଟ। ଏନେଇ ପୁରୀ ଜିଲ୍ଲା ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି।

ଏଥିରେ କୁହାଯାଇଛି ଯେ, ରଥଯାତ୍ରା ପାଇଁ ଦ୍ୱିତୀୟ ପର୍ଯ୍ୟାୟ କରୋନା ଟେଷ୍ଟ କରାଯାଇଥିଲା। ଯେଉଁଥିରେ ମୋଟ ୫୫୬୯ଟି ସାମ୍ପୁଲ ପରୀକ୍ଷା କରାଯାଇଥିଲା। ସେଥିମଧ୍ୟରୁ ୧୨ ଜଣ ପଜିଟିଭ୍ ଚିହ୍ନଟ ହୋଇଛନ୍ତି।

ଏହି ଆକ୍ରାନ୍ତମାନଙ୍କୁ କୋଭିଡ୍ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଏଥିସହ ସେମାନଙ୍କ କଣ୍ଟାକ୍ଟ ଟ୍ରେସିଂ ମଧ୍ୟ ଜାରି ରହିଛି ବୋଲି କୁହାଯାଇଛି। କେବଳ ନେଗେଟିଭ୍ ଥିବା ସେବକମାନଙ୍କୁ ରଥଯାତ୍ରା ପାଇଁ ଅନୁମତି ମିଳିଛି ବୋଲି ପ୍ରଶାସନ ପକ୍ଷରୁ କୁହାଯାଇଛି।

ଗୁଣ୍ଡିଚା ଯାତ୍ରା ପରେ ପୋଲିସ, ସେବାୟତମାନଙ୍କର କୋଭିଡ୍ ଟେଷ୍ଟ କରିବା ପାଇଁ ପ୍ରଶାସନ ନିଷ୍ପତ୍ତି ନେଇଥିଲା। ଯେଉଁଥିରେ ଏହି ୧୨ ଜଣ ପଜିଟିଭ୍ ଚିହ୍ନଟ ହୋଇଛନ୍ତି।

Comment