ଓଡିଶାଲାଇଭ୍ କରୋନା ବ୍ୟୁରୋ

ରାଜ୍ୟରେ ପୁଣି ବଢିଲେ କରୋନା ପଜିଟିଭ୍। ବୁଧବାର ଆଉ ୨୫୧ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହେବା ସହିତ ମୋଟ ପଜିଟିଭ୍ ସଂଖ୍ୟା ୭୩ଶହ ଟପିଛି। ଏନେଇ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ମିଳିଛି।

ନୂଆକରି ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରେ ୨୦୮ ଜଣ କ୍ଵାରେଣ୍ଟାଇନରୁ ଚିହ୍ନଟ ହୋଇଛନ୍ତି। ବାକି ୪୩ ଜଣ ଆକ୍ରାନ୍ତ ଲୋକାଲ୍ କେସ୍ ବୋଲି ଜଣାପଡିଛି।

ରାଜ୍ୟର ୧୯ଟି ଜିଲ୍ଲାରୁ ମୋଟ ୨୫୧ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଗଞ୍ଜାମରୁ ସର୍ବାଧିକ ୧୦୨ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏଥିସହ ଅନୁଗୁଳରୁ ଜଣେ, ବାଲେଶ୍ଵରରୁ ୨ ଜଣ, ବରଗଡ଼ରୁ ୧୨ ଜଣ, ବଲାଙ୍ଗିରରୁ ୪ ଜଣ, କଟକରୁ ୩୨ ଜଣ, ଦେଓଗଡ଼ରୁ ୪ ଜଣ, ଗଜପତିରୁ ୬ ଜଣ, ଝାରସୁଗୁଡ଼ାରୁ ୫ ଜଣ, କେନ୍ଦ୍ରାପଡ଼ାରୁ ୪ ଜଣ, ଖୋର୍ଦ୍ଧାରୁ ୨୬ ଜଣ, ମାଲକାନଗିରିରୁ ୧୦ ଜଣ, ମୟୁରଭଞ୍ଜରୁ ୫ ଜଣ, ନୟାଗଡ଼ରୁ ୧୪ ଜଣ, ପୁରୀରୁ ୧୨ ଜଣ, ସମ୍ବଲପୁରରୁ ୨ ଜଣ, ସୋନପୁରରୁ ଜଣେ, ସୁନ୍ଦରଗଡ଼ରୁ ୭ ଜଣ, ଯାଜପୁରରୁ ଜଣେ ଏବଂ ଅମ୍ଫାନ ଡ୍ୟୁଟିରୁ ଫେରିଥିବା ଏନଡିଆରଏଫ ଟିମର ଜଣେ କର୍ମଚାରୀ ପଜିଟିଭ୍ ଚିହ୍ନଟ ହୋଇଛନ୍ତି।

ଏଥିସହ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୭୩୧୬ରେ ପହଞ୍ଚିଛି। ଏଥିମଧ୍ୟରୁ ୫୧୮୯ ଜଣ ଆକ୍ରାନ୍ତ ସୁସ୍ଥ ହୋଇଥିବାବେଳେ ୨୦୯୪ ଜଣ ଆକ୍ରାନ୍ତ ଏବେ ବି କରୋନାରେ ସକ୍ରିୟ ରହିଛନ୍ତି।

Comment