ଓଡ଼ିଶାଲାଇଭ୍ ଏଣ୍ଟରଟେନମେଣ୍ଟ ବ୍ୟୁରୋ

mohina kumari

ଗତ କିଛି ମାସ ଧରି ଦେଶ ବ୍ୟାପି କରୋନା ସଂକ୍ରମଣ ବଢ଼ିଚାଲିଛି। ତେବେ ଏଥିମଧ୍ୟରେ ଅନେକ ଲୋକ ସୁସ୍ଥ ହୋଇ ଘରକୁ ମଧ୍ୟ ଫେରୁଛନ୍ତି। ଟେଲି ଅଭିନେତ୍ରୀ ମୋହିନା କୁମାରୀ ମଧ୍ୟ କରୋନାର ଶିକାର ହୋଇଥିଲେ। କିନ୍ତୁ ବର୍ତ୍ତମାନ ସେ କରୋନା ମୁକ୍ତ ହୋଇସାରିଛନ୍ତି ଏବଂ ତାଙ୍କର ରିପୋର୍ଟ ନେଗେଟିଭ୍ ଆସିଛି।

mohina kumari-2

ପ୍ରାୟ ଏକ ମାସ ଧରି ସେ ନିଜର ପରିବାର ଲୋକଙ୍କ ସହ କ୍ୱାରେଣ୍ଟାଇନରେ ଥିଲେ। ଗତ ଜୁନ୍ ମାସ ୧ ତାରିଖରେ ସେ କରୋନା ପଜିଟିଭ୍ ବୋଲି ପ୍ୟାନ୍ସଙ୍କୁ ଜଣାଇଥିଲେ। ନିଜର ସ୍ୱାମୀ ଏବମ ପରିବାରର କିଛି ସଦସ୍ୟଙ୍କ ସହ ସେ ଋଷିକେଷର ଏମ୍ସ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ।। ତେବେ ଏକ ମାସ ପରେ ସେ ନିଜ ଇନଷ୍ଟାଗ୍ରାମ ଜରିଆରେ ଏହି ଖୁସି ଖବର ସେୟାର କରିଛନ୍ତି। ମଝିରେ ସେ ଏକ ଭିଡିଓ ମାଧ୍ୟମରେ ନିଜ ସ୍ୱାସ୍ଥ୍ୟବସ୍ଥା ବିଷୟରେ ଫ୍ୟାନ୍ସଙ୍କୁ ଜଣାଇଥିଲେ। ସେଠାରେ ସେ କିଛି ସମୟ ପାଇଁ ଭାବୁକ ମଧ୍ୟ ହୋଇଯାଇଥିଲେ।

mohina kumari-4

 

ନିଜ ଇନଷ୍ଟା ପୋଷ୍ଟରେ ସେ ନିଜେ ଏବଂ ପୂରା ପରିବାର କରୋନା ମୁକ୍ତ ହୋଇଥିବାର ଜଣାଇବା ସହ ଋଷିକେଶର ସବୁ ଡାକ୍ତର ତଥା ସହଯୋଗକାରୀମାନଙ୍କୁ ଧନ୍ୟବାଦ ଜଣାଇଛନ୍ତି। ଏହା ସହ ସେ କହିଛନ୍ତି ସେ ନିଜ ଜୀବନର ସବୁଠାରୁ ଭଲ ଡାକ୍ତର, ନର୍ଶ ଏବମ ଅନ୍ୟ କର୍ମତାରୀଙ୍କ ସଂସ୍ପର୍ଶରେ ଆସିଛନ୍ତି। ସମସ୍ତ ଡାକ୍ତର ସବୁ ଧର୍ମ, ଜାତି, ବୟସର ଲୋକଙ୍କୁ ସମାନ ଚିକିତ୍ସା କରିବେ ବୋଲି ସେ ଆଶା ରଖିଛନ୍ତି। ଏହା ସହ ସେ ସମସ୍ତ ସଚ୍ଚୋଟ ତଥା କର୍ତ୍ତବ୍ୟପରାୟଣ  ଡାକ୍ତରଙ୍କୁ ଡାକ୍ତର ଦିବସ ଅବସରରେ ନିଜର ଶୁଭକାମନା ଜଣାଇଛନ୍ତି।

Comment