ଓଡ଼ିଶାଲାଇଭ୍ ବ୍ୟୁରୋ

ପୁଣି ପରାସ୍ତ ହେଲା କରୋନା। ସମ୍ କୋଭିଡ୍ ହସ୍ପିଟାଲ୍‌ରୁ ସୁସ୍ଥ ହୋଇ ଘରକୁ ଫେରିଲେ ୮୪ ବର୍ଷୀୟା ବୃଦ୍ଧା। ପୁରୁଣା ଭୁବନେଶ୍ୱର ଅଞ୍ଚଳର ଶୈଳବାଳା ଦାସ ଗୁରୁବାର ଦିନ କରୋନା ସଂକ୍ରମଣରୁ ସୁସ୍ଥ ହୋଇ ଘରକୁ ଫେରିଛନ୍ତି।

ତାଙ୍କର ଉଚ୍ଚ ରକ୍ତଚାପ ଏବଂ ଗ୍ୟାଷ୍ଟ୍ରିକ୍ ଜନିତ ସମସ୍ୟା ରହିଥିବା ବେଳେ ୭ ବର୍ଷ ତଳେ ତାଙ୍କର ଏକ ବ୍ରେନ୍ ଷ୍ଟ୍ରୋକ୍ ମଧ୍ୟ ହୋଇଥିଲା। କରୋନା ସଂକ୍ରମିତ ହେବା ପରେ ତାଙ୍କୁ ସମ୍ କୋଭିଡ ହସ୍ପିଟାଲ୍‌ରେ ଭର୍ତ୍ତି କରିଥିଲେ ତାଙ୍କ ପରିବାର।

ସମ୍ କୋଭିଡ ଟିମ୍‌ର ଡାକ୍ତର, ନର୍ସ ଓ ଅନ୍ୟାନ୍ୟ ଷ୍ଟାଫ୍‌ମାନେ ତାଙ୍କର ଉପଯୁକ୍ତ ସେବା, ଯତ୍ନ ଓ ଚିକିତ୍ସା କରିଥିଲେ। ଯାହାଫଳରେ ସେ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ବୃଦ୍ଧା ଜଣକ ସୁସ୍ଥ ହେବା ପରେ ସମ୍ କୋଭିଡ ଟିମ୍‌ର ସେବା ଓ ଯତ୍ନ ଯୋଗୁଁ ଭାବବିହ୍ୱଳ ହୋଇପଡ଼ିଥିଲେ। ମା’ ସୁସ୍ଥ ହେବା ପରେ ତାଙ୍କ ପୁଅ ପିକେ ଦାସ ସମ୍ କୋଭିଡ ଟିମ୍‌କୁ ଧନ୍ୟବାଦ ଓ କୃତଜ୍ଞତା ଜଣାଇଛନ୍ତି।

Comment