ଓଡ଼ିଶାଲାଇଭ୍‌ ବ୍ୟୁରୋ

ମାୟାନଗରୀ ମୁମ୍ବାଇରେ ଗତ ୪୮ ଗଣ୍ଟା ହେବା ପ୍ରବଳ ବର୍ଷା ଲାଗି ରହିଛି। ଫଳରେ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡ଼ିଲାଣି। ଲଗାଣ ବର୍ଷା କାରଣରୁ ଚେମ୍ବୁର ଏବଂ ଆନ୍ଧେରିର ଅନେକ ଅଞ୍ଚଳ ପାଣିଘେରରେ ରହିଛି। ଫଳରେ ଏହି ଅଞ୍ଚଳରେ ଗାଡି ଚଳାଚଳକୁ ବନ୍ଦ କରିଦିଆଯାଇଛି।  ତେବେ କେବଳ ଏହି ଅଞ୍ଚଳ ନୁହେଁ ମୁମ୍ବାଇର ଅନେକ ଅଞ୍ଚଳ ବର୍ଷା ଦ୍ୱାରା ପ୍ରଭାବିତ ହୋଇଛି।

ରାସ୍ତାରେ ପାଣି ଜମି ରହିଥିବାରୁ ଗାଡ଼ିଗୁଡ଼ିକ ମଧ୍ୟ ରାସ୍ତାରେ ଅଟକି ରହିଛି। ଯାହାଦ୍ୱାରା ଟ୍ରାଫିକ ପ୍ରଭାବିତ ହୋଇଛି। ଆଗାମୀ କିଛି ଘଣ୍ଟାରେ ମୁମ୍ବାଇରେ ପ୍ରବଳ ବର୍ଷା ହେବ ବୋଲି ପାଣିପାଗ ବିଭାଗ ରବିବାର ସତର୍କ ସୂଚନା ଜାରି କରିଛି।

ପାଣିପାଗ ବିଭାଗ ସୂଚନା ଅନୁଯାୟୀ, ଶନିବାର ମୁମ୍ବାଇରେ ପ୍ରାୟ ୮୨ ମିଲିମିଟର ବର୍ଷା ରେକର୍ଡ କରାଯାଇଛି। ମୁମ୍ବାଇରେ ଏହା ପ୍ରଥମ ଘଟଣା ନୁହେଁ, ପ୍ରତିବର୍ଷ  ମୌସୁମୀ ବର୍ଷାରେ ମୁମ୍ବାଇ ବେହଲ ହୁଏ।

Comment