ଓଡ଼ିଶାଲାଇଭ୍‌ ବ୍ୟୁରୋcorona-3

ଦେଶରେ ପ୍ରତି ଦିନ ରେକର୍ଡ ରଚୁଛି କରୋନା। ଦେଶରେ କରୋନା ସଂକ୍ରମିତଙ୍କ ସଂଖ୍ୟା ୭ ଲକ୍ଷ ନିକଟତର ହୋଇଛି। ସୋମବାର ସକାଳ ସୁଦ୍ଧା କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୬ ଲକ୍ଷ ୯୭ ହଜାର ୬୯୩ରେ ପହଞ୍ଚିଥିଲା ବେଳେ ମୃତ୍ୟୁ ସଂଖ୍ୟା ୧୯ ହଜାର ୬୯୩ ରହିଛି।

ଫଳରେ ବିଶ୍ୱରେ ୩ ନ୍ମବର ସ୍ଥାନରେ ପହଞ୍ଚିଛି ଭାରତ। ୬ ଲକ୍ଷ ୮୦ ହଜାର ୨୮୩ ଜଣ କରୋନା ଆକ୍ରାନ୍ତଙ୍କୁ ନେଇ ୠଷ ତୃତୀୟ ସ୍ଥାନରେ ଥିଲା। କିନ୍ତୁ ଭାରତ ଆଜି ୠଷକୁ ଅତିକ୍ରମ କରିଛି।

ଗତ ୨୪ ଘଣ୍ଟାରେ ୨୪ ହଜାର ନୂଆ ଆକ୍ରାନ୍ତ ଚିହ୍ନଟ ହେବା ପରେ ସମୁଦାୟ ଆକ୍ରାନ୍ତଙ୍କ ସଂଖ୍ୟା ୭ ଲକ୍ଷ ହେବାକୁ ଯାଉଛି। ସେହିପରି ଗତ ୨୪ ଘଣ୍ଟାରେ ୪୩୫ ଜଣଙ୍କ ମୃତ୍ୟୁ ହୋଇଛି।

ମୃତ୍ୟୁ ସଂଖ୍ୟା ୧୯ ହଜାର ୬୯୩ ଛୁଇଁଲାଣି। ଏନେଇ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ ସୂଚନା ଦିଆଯାଇଛି।  ମହାରାଷ୍ଟ୍ରରେ ସ୍ଥିତି ଵେକାବୁ ହେଉଛି। ମହାରାଷ୍ଟ୍ରରେ ୨ ଲକ୍ଷ ୬ ହଜାର ଟପିଲାଣି ଆକ୍ରାନ୍ତଙ୍କ ସଂଖ୍ୟା ଓ ମୃତ୍ୟୁ ସଂଖ୍ୟା ୮ ହଜାର ୫୦୦ ପାର ହୋଇଛି।

Comment