ଓଡ଼ିଶାଲାଇଭ୍‌ ବ୍ୟୁରୋcorona test

ଭାରତରେ କରୋନା ପରିକ୍ଷଣ ସଂଖ୍ୟା ଏକ କୋଟି ଟପିଛି। କରୋନା ଭୂତାଣୁ ସଂକ୍ରମଣର ଏକ ବଡ଼ ମନ୍ତ୍ର ହେଉଛି ଏହି ଟେଷ୍ଟ। ଏହା ନିଶ୍ଚିତ ଭାବରେ ଏକ ମାଇଲଖୁଣ୍ଟ। ଅବଶ୍ୟ ଅନ୍ୟ ଦେଶ ତୁଳନାରେ କରୋନା  ପରୀକ୍ଷା ସଂଖ୍ୟା ଆମର ଏଠି  ବହୁତ କମ। ତେବେ ଭାରତର ଲୋକ ସଂଖ୍ୟାକୁ ଦେଖିଲେ ଏହି ଟେଷ୍ଟ ଆଦୌ ଯଥେଷ୍ଟ ନୁହେଁ।

ଭାରତରେ ଯେତିକି ସଂଖ୍ୟାରେ ଟେଷ୍ଟ ହୋଇଛି ତାହା ଦଶ ଲକ୍ଷ ଲୋକରେ ମାତ୍ର ୭୪୦୦। ଚୀନ ଯେଉଁଠି କରୋନା ରୋଗର  ଉତ୍ପତ୍ତି ହୋଇଥିଲା ସେଠି ସଂକ୍ରମିତ ଲୋକଙ୍କ ସଂଖ୍ୟା ପ୍ରାୟ ଏକ ଲକ୍ଷରେ ସ୍ଥିର ରହିଛି।

ୱାର୍ଲଡ଼ ଓ ମିଟରର ତଥ୍ୟ ଅନୁସାରେ ଚୀନ ପ୍ରାୟ ୯ କୋଟି ଟେଷ୍ଟ କରିଥିଲା। ଆଗାମୀ ଦିନରେ ଭାରତରେ ଅଧିକ ଲୋକଙ୍କ କରୋନା ପରୀକ୍ଷା ହେବା ଆଶା କରାଯାଉଛି।

Comment