ଓଡ଼ିଶାଲାଇଭ୍ କରୋନା ବ୍ୟୁରୋ

ଭୁବନେଶ୍ୱରରୁ ଚିହ୍ନଟ ହେଲେ ଆଉ ୩୮ ନୂଆ କରୋନା ପଜିଟିଭ୍। ଏଥିସହ ରାଜଧାନୀର ମୋଟ ସଂକ୍ରମିତଙ୍କ ସଂଖ୍ୟା ୬୪୦କୁ ବୃଦ୍ଧି ପାଇଛି। ଏନେଇ ବିଏମସି ଟୁଇଟ କରି ସୂଚନା ଦେଇଛନ୍ତି।

ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ଭିତରୁ ୨୬ ଜଣ କ୍ୱାରେଣ୍ଟାଇନରୁ ଚିହ୍ନଟ ହୋଇଥିବାବେଳେ ବାକି ୧୨ ଜଣ ସ୍ଥାନୀୟ ସଂକ୍ରମଣ ବୋଲି ଜଣାପଡ଼ିଛି।

ଭୁବନେଶ୍ୱରର ରସୁଲଗଡ଼, କଳିଙ୍ଗ ବିହାର, ପଳାଶୁଣି, ନୟାପଲ୍ଲୀ, ଆଚାର୍ଯ୍ୟ ବିହାର, ପୋଖରୀପୁଟ, ଭୀମଟାଙ୍ଗି, ଚନ୍ଦ୍ରଶେଖରପୁର ଆଦି ଅଞ୍ଚଳରୁ ଲୋକାଲ୍ କେସ୍ ସାମନାକୁ ଆସିଛି। ଯାହାକି ପ୍ରଶାସନ ପାଇଁ ଚିନ୍ତା ବଢ଼ାଇଦେଇଛି।CGU new

ସେହିଭଳି ଆଜି ଭୁବନେଶ୍ୱରର ଆଉ ୬ ଜଣ ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ଯାହାଫଳରେ ରାଜଧାନୀର କରୋନା ସୁସ୍ଥଙ୍କ ସଂଖ୍ୟା ୩୧୪କୁ ବୃଦ୍ଧି ପାଇଛି। ରାଜଧାନୀରେ ମୋଟ ୬୪୦ ସଂକ୍ରମିତଙ୍କ ଭିତରୁ ଏବେ ବି ୩୧୭ ଆକ୍ରାନ୍ତ ସକ୍ରିୟ ଅଛନ୍ତି ବୋଲି ବିଏମସି ସୂଚନା ଦେଇଛି।

Comment