ଓଡ଼ିଶାଲାଇଭ୍ ଏଣ୍ଟରଟେନମେଣ୍ଟ ବ୍ୟୁରୋ

bollwood book-1

ଫିଲ୍ମ ଇଣ୍ଡଷ୍ଟ୍ରୀ ତଥା ଦର୍ଶକଙ୍କ ହୃଦୟରେ ନିଜର ସ୍ୱତନ୍ତ୍ର ସ୍ଥାନ ତିଆରି କରିବା ସହଜ କଥା ନୁହେଁ। ଏଥିପାଇଁ ବର୍ଷ ବର୍ଷ ଧରି କଠିନ ପରିଶ୍ରମ କରିବାକୁ ପଡ଼େ। ନିଜର ଏହି ଯାତ୍ରା ମଧ୍ୟରେ ବ୍ୟକ୍ତିଗତ ଓ ବୃତ୍ତିଗତ ଜୀବନର ଅନେକ ଅନୁଭବ ସାଉଁଟିଥାନ୍ତି ବଲିଉଡ କଳାକାରମାନେ।

CGU new

ତେବେ ବଲିଉଡରେ ଏପରି କେତେକ କଳାକାର ଅଛନ୍ତି ଯେଉଁମାନେ ନିଜର ଏହି ଅନୁଭବକୁ ନେଇ ବହି ଲେଖିଛନ୍ତି। ଆସନ୍ତୁ ଜାଣିବା ସେ ବିଷୟରେ-

imran hasmi book

ଇମ୍ରାନ ହାସମି– ଇମ୍ରାନ ହାସମି ଲେଖିଥିବା ବହିର ନାମ ହେଉଛି ‘ଦ କିସ୍ ଅଫ୍ ଲାଇଫ୍’। ଏହି ବହିରେ ସେ ନିଜ ପୁଅର କ୍ୟାନସର ସମୟର କାହାଣୀକୁ ବିସ୍ତାର ଭାବରେ ଲେଖିଛନ୍ତି। ପୁଅର କ୍ୟାନସର ସମୟରେ ବାପା-ମାଙ୍କ ପରିସ୍ଥିତ କିପରି ଥାଏ ଏବଂ କିପରି ତାଙ୍କ ପୁଅ ଏହି ରୋଗ ସହ ଲଢ଼ି ଜିତି ଏଥିରୁ ବାହାରିଛି ସେ ବିଷୟରେ ବର୍ଣ୍ଣନା କରିଛନ୍ତି।

nawazuddin siddiki book

ନବାଜୁଦିନ ସିଦ୍ଦିକି– ୨୦୧୭୨ରେ ନବାଜୁଦିନ ସିଦ୍ଦିକି ନିଜ ବହି ‘ଦ ଅଡିନାରୀ ଲାଇଫ୍- ଏ ମେମୋଇର’ ରିଲିଜ୍ କରିଥିଲେ। ଏଙି ବହିରେ ନବାଜ ନିଜର ବଲିଉଡରେ ସଂଘର୍ଷକୁ ଦର୍ଶାଇଥିଲେ। ତେବେ କିଛି ବିବାଦୀୟ ଉଲ୍ଲେଖ ଯୋଗୁଁ ସେ ଏହାକୁ ଫେରାଇନେଇଥିଲେ।

twinkle khanna book

ଟୁଇଁକିଲ୍ ଖନ୍ନା– ଅଭିନୟରୁ ଦୂରେଇ ଯାଇଥିବା ଟୁଇଁକିଲ୍ ଖନ୍ନା ରିଲିଜ୍ କରିଥିଲେ ନିଜ ବହି ‘ମିସେସ୍ ଫନିବୋନ୍ସ’। ଏଥିରେ ସେ ନିଜର ବ୍ୟକ୍ତିଗତ ଅନୁଭବ ସହ ପବ୍ଲିକ୍ ଲାଇଫ୍ ବିଷୟରେ ଲେଖିଛନ୍ତି।

ayushmann khurana

ଆୟୁଷ୍ମାନ ଖୁରାନ୍ନା– ବଲିଉଡ ନିଜର ଏଖ ସ୍ୱତନ୍ତ୍ର ସ୍ଥାନ ତିଆରି କରିପାରିଛନ୍ତି ଅଭିନେତା ଆୟୁଷ୍ମାନ ଖୁରାନ୍ନା। ରିଆଲିଟି ସୋ’ର ବିଜେତା ହେବା ପରେ ସେ ଆରଜେ ଭାବେ କାମ କରିଥିଲେ। ଏହା ପରେ ବଲିଉଜରେ ତାଙ୍କୁ ଡେବ୍ୟୁ କରିବାର ସୁଯୋଗ ମିଳିଥିଲା। ତେବେ ଏହି ସବୁ ଘଟଣାକୁ ନେଇ ସେ ଲେଖିଛନ୍ତି ନିଜ ବହି ‘କ୍ରାକିଂ ଦ କୋଡ୍’। ଏହି ବହି ବଲିଉଡକୁ ନେଇ ସ୍ୱପ୍ନ ଦେଖୁଥିବା କଳାକାରଙ୍କ ପାଇଁ ଉଦ୍ଦିଷ୍ଟ।

naseeruddin shah book

ନାସିରୁଦ୍ଦିନ ଶାହ– ବଲିଉଡ ଜଣେ ଖ୍ୟାତନାମା ଅଭିନେତା ଭାବେ ଜଣାସୁଣା ନାସିରୁଦ୍ଦିନ ଶାହ। ଏକ ଛୋଟ ସହରରୁ ମୁମ୍ବାଇ ଭଳି ମାୟାନଗରୀରେ ଅବିନେତା ଭାବେ ନିଜର ପରିଚୟ ସୃଷ୍ଟି କରିବା ଯାଏଁ, ଏହି ଯାତ୍ରାକୁ ସେ ଲେଖିଛନ୍ତି ନିଜ ବହି ‘ଆଣ୍ଡ୍ ଦେନ୍ ଓ୍ୱନ୍ ଡେ- ଏ ମୋମାଇର’ରେ। ଏହା ସହ ଜୀବନକୁ ନେଇ ନିଜ ଦୃଷ୍ଟିକୋଣ ବିଷୟରେ ମଧ୍ୟ ଉଲ୍ଲେଖ କରିଛନ୍ତି।

karaj johar book

କରଣ ଜୋହର– ନିଜର ବ୍ୟକ୍ତିଗତ ଜାବନକୁ ନେଇ କରଣ ଜୋହର ଲେଖିଛନ୍ତି ‘ଦ ଅନସୁଇଟେବଲ୍ ବୟ’। ଏଥିରେ ସେ ନିଜ ସେକ୍ସୁଆଲ୍ ଓରିଏଣ୍ଟେସନ୍ଠାରୁ ଆରମ୍ଭ କରି ଫିଲ୍ମତିଆରି, କଳାକାରଙ୍କ ସହ ବନ୍ଧୁତା ଆଦି ବିଷୟରେ କହିଛନ୍ତି।

kareena kapoor book

କରୀନା କପୁର– ୨୦୧୨ରେ କରୀନ କପୁର ରିଲିଜ୍ କରିଥିଲେ ନିଜ ବହି ‘ଦ ଷ୍ଚାଇଲ୍ ଡାଏରୀ ଅଫ୍ ବଲିଉଡ ଦିଭା’। ଏଥିରେ ସେ ବିଭିନ୍ନ ବିଷୟ ଉପରେ ଲଖିଛନ୍ତି। କପୁର ଖାନଦାନର ଝିଅଠାରୁ ବଲିଉଡ଼ର ଆଗଧାଡ଼ିର ନାୟିକା ପର୍ଯ୍ୟନ୍ତ ନିଜର ଅନୁଭବକୁ ସେ ଏଥିରେ ଦର୍ଶାଇଛନ୍ତି। ଏଥିରେ ସେ ହେଲଥ ଓ ଲାଇଫଷ୍ଟାଇଲ୍ ଉପରେ ମଧ୍ୟ ଲେଖିଛନ୍ତି।

 

Comment