ଓଡ଼ିଶାଲାଇଭ୍‌ ବ୍ୟୁରୋ

ରାଜଧାନୀ ଭୁବନେଶ୍ୱରରୁ ଆଜି ଆଉ ୮୭ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଏମାନଙ୍କ ମଧ୍ୟରୁ କ୍ୱାରେଣ୍ଟାଇନ ସେଣ୍ଟରରୁ ୪୧ ଜଣ ଚିହ୍ନଟ ହୋଇଥିଲା ବେଳେ ସ୍ଥାନୀୟ ଅଞ୍ଚଳରୁ ୪୬ ଜଣ ଚିହ୍ନଟ ହୋଇଛନ୍ତି।

ନୟାପଲ୍ଲୀ ତ୍ରିନାଥ ନଗର ବସ୍ତିରୁ ୪ ଲୋକାଲ କଣ୍ଟାକ୍ଟ କେସ୍‌,  ଗୌତମ ନଗର  ହରିହର ଏନକ୍ଲେଭରୁ ୩ ଜଣ, ଗଙ୍ଗନଗର ପିଚୁ ପଡ଼ିଆ ବସ୍ତିରୁ ୨, ଶୈଳଶ୍ରୀ ବିହାରରୁ ୨, ଦୂରଦର୍ଶନ କେନ୍ଦ୍ର ପାଖରେ ଥିବା ଏକ ଘରୋଇ ହସ୍ପିଟାଲ ୨ କର୍ମଚାରୀ,  କାନନବିହାର ଫେଜ୍‌ ୧ରେ ଗୋଟିଏ ପରିବାରରୁ ୬ ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି।CGU new

ସେହିପରି  ନୟାପଲ୍ଲୀ ବ୍ରିଟ କଲୋନୀରୁ  ୩, ବିଜେବି ନଗରରୁ ୩ , ଡମଣାରୁ ୩, ଲକ୍ଷ୍ମୀସାଗରରୁ ୨, ମୈତ୍ରୀ ବିହାରରୁ ୨ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଫଳରେ ଭୁବନେଶ୍ୱରରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୧୩୦କୁ ବୃଦ୍ଧି ଘଟିଛି।

ଏମାନଙ୍କ ମଧ୍ୟରୁ ୪୯୪ ଜଣ ସୁସ୍ଥ ହୋଇଥିଲା ବେଳେ ୧୧ ଜଣଙ୍କର ମୃତ୍ୟୁ ଘଟିଛି। ବର୍ତ୍ତମାନ ୬୨୪ ଆକ୍ଟିଭ୍‌ କେସ ରହିଛି।

Comment