ଓଡ଼ିଶାଲାଇଭ୍ ବ୍ୟୁରୋ

UG-PG last semester

ରାଜ୍ୟରେ ବଢ଼ିଚାଲିଥିବା କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ସମସ୍ତ ଶିକ୍ଷାନୁଷ୍ଠାନ ବନ୍ଦ ରହିଛି। ତେବେ ୟୁଜି ପିଜିର ଶେଷ ସେମିଷ୍ଟାର ଛାତ୍ରଛାତ୍ରୀଙ୍କ ଚିନ୍ତା ବଢ଼ାଇଛି। ଏନେଇ ଉଚ୍ଚଶିକ୍ଷା ମନ୍ତ୍ରୀ ଡକ୍ଟର ଅରୁଣ କୁମାର ସାହୁ କେନ୍ଦ୍ର ମାନବ ସମ୍ବଳ ବିକାଶ ମନ୍ତ୍ରୀଙ୍କୁ ଆଉ ଏକ ଚିଠି ଲେଖିଛନ୍ତି।

CGU new

ଏହି ଚିଠିରେ ୟୁଜି-ପିଜି ଶେଷ ବର୍ଷର ପରୀକ୍ଷାକୁ ବାଧ୍ୟତାମୂଳକ ନକରିବାକୁ ସେ ଅନୁରୋଧ କରିଛନ୍ତି। ଏହା ସହ ଶେଷ ବର୍ଷ ପରୀକ୍ଷାକୁ ନେଇ ଦେଖାଦେଇଥିବା ଅନିଶ୍ଚିତତା ଛାତ୍ରଛାତ୍ରୀ ଏବଂ ଅଭିଭାବକଙ୍କ ପାଇଁ ଚିନ୍ତାର ବିଷୟ ପାଲଟିଛି ବୋଲି ଉଲ୍ଲେଖ କରିଛନ୍ତି। ଏହା ସହ ସେ ଚିଠିରେ ଲେଖିଛନ୍ତି, “ଅଧିକ ସଂଖ୍ୟାରେ ଅଭିଭାବକ ଓ ଛାତ୍ରଛାତ୍ରୀମାନେ ଟେଲିଫୋନ ଜରିଆରେ ଆମକୁ ଯୋଗାଯୋଗ କରି ପରୀକ୍ଷା ପାଇଁ ପ୍ରସ୍ତୁତି କରିବେ କି ନାହିଁ ବୋଲି ପଚାରୁଛନ୍ତି”।

Arun Sahoo-2

 

ତେବେ ଗତ ପନ୍ଦର ଦିନ ମଧ୍ୟରେ ଓଡ଼ିଶାରେ କରୋନା ସ୍ଥିତି ଅଧିକ ଜଟିଳ ହେବାରେ ଲାଗିଛି ଏବଂ ଆସନ୍ତା କିଛି ମାସ ମଧ୍ୟ ଏହାର ପ୍ରଭାବ ଜାରି ରହିବ। ତେଣୁ ଏହିପରି ସମୟରେ ୟୁଜି-ପିଜି ଶେଷ ସେମିଷ୍ଟାର ପରିଚାଳନା କରିବା ଉଚିତ୍ ନୁହେଁ ବୋଲି ନିଜର ପକ୍ଷ ରଖିଛନ୍ତି ଉଚ୍ଚଶିକ୍ଷା ମନ୍ତ୍ରୀ ଅରୁଣ ସାହୁ।

Comment