ଓଡ଼ିଶାଲାଇଭ୍‌ ବ୍ୟୁରୋ

ଚଳିତ ଶିକ୍ଷାବର୍ଷରୁ ରାଜ୍ୟର ସମସ୍ତ ବିଶ୍ୱବିଦ୍ୟାଳୟରେ ଲାଗୁ ହେବ ଗୋଟିଏ ସିଲାବସ୍‌। କେବଳ ଅଣ୍ଡର ଗ୍ରାଜୁଏଟ୍‌ ପାଠ୍ୟକ୍ରମ ପାଇଁ ଏହି ଏକକ ସିଲାବସ୍‌ ବ୍ୟବସ୍ଥା ଲାଗୁ ହେବ। ଏନେଇ ରାଜ୍ୟର ସମସ୍ତ ବିଶ୍ୱବିଦ୍ୟାଳୟର କୁଳପତିମାନଙ୍କ ସହ ଆଲୋଚନା କରି ଗୁରୁବାର ଉଚ୍ଚ ଶିକ୍ଷା ମନ୍ତ୍ରୀ ଅରୁଣ ସାହୁ ଘୋଷଣା କରିଛନ୍ତି।

ଗୁରୁବାର ଉଚ୍ଚ ଶିକ୍ଷା ମନ୍ତ୍ରୀ ଅରୁଣ ସାହୁଙ୍କ ଅଧ୍ୟକ୍ଷତାରେ ରାଜ୍ୟର ସମସ୍ତ ବିଶ୍ୱବିଦ୍ୟାଳୟର କୁଳପତିଙ୍କୁ ନେଇ ଏକ ବୈଠକ ବସିଥିଲା। ଏହି ବୈଠକରେ ଉଚ୍ଚ ଶିକ୍ଷା ମନ୍ତ୍ରୀ ସମସ୍ତ ଅଣ୍ଡର ଗ୍ରାଜୁଏଟ୍‌ ପାଠ୍ୟକ୍ରମ ପାଇଁ ଏହି ଏକକ ସିଲାବସ୍‌ ବ୍ୟବସ୍ଥା ଲାଗୁ ହେବ ବୋଲି ଘୋଷଣା କରିଛନ୍ତି। ଏହା ଦ୍ୱାରା ରାଜ୍ୟର ଉଚ୍ଚ ଶିକ୍ଷାରେ ଗୁଣାତ୍ମକ ବୃଦ୍ଧି ଘଟିବ ବୋଲି ଅରୁଣ ସାହୁ କହିଛନ୍ତି।

ଅନ୍ୟପକ୍ଷରେ ଖୁବ୍‌ଶୀଘ୍ର ରାଜ୍ୟର ବିଭିନ୍ନ ମହାବିଦ୍ୟାଳୟରେ ଖାଲି ପଡିଥିବା ଅଧ୍ୟାପକ ପଦବୀ ପୂରଣ ହେବ ବୋଲି ବୈଠକରେ ନିଷ୍ପତ୍ତି ନିଆଯାଇଛି। ସେହିପରି ସିଭିଲ ସର୍ଭିସ କୋଚିଂ ଦେବା ପାଇଁ ରାଜ୍ୟର ୧୦୦ ଜଣ ଛାତ୍ରଛାତୀଙ୍କୁ ଚୟନ କରାଯିବ। ବର୍ତ୍ତମାନ ସୁଦ୍ଧା ଏଥିପାଇଁ ୮୬ ଜଣ ଆବେଦନ କରିଥିବା ଉଚ୍ଚ ଶିକ୍ଷା ମନ୍ତ୍ରୀ ଅରୁଣ ସାହୁ ସୂଚନା ଦେଇଛନ୍ତି।

Comment