ଓଡ଼ିଶାଲାଇଭ୍‌ ବ୍ୟୁରୋCoronavirus: Suspected patient at Gandhi hospital

ରାଜ୍ୟରେ କରୋନା ସଂକ୍ରମଣରେ ଆଜି ପୁଣି ୧୨ ଜଣଙ୍କ ଜୀବନ ଯାଇଛି। ଆଜିର ମୃତକଙ୍କୁ ମିଶାଇ ରାଜ୍ୟରେ କରୋନା ଜନିତ ମୃତ୍ୟୁସଂଖ୍ୟା ୨୫୯କୁ ବୃଦ୍ଧି ଘଟିଛି। ଗଞ୍ଜାମ, କେନ୍ଦୁଝର, କନ୍ଧମାଳ ଓ ଭୁବନେଶ୍ୱରର ୨ ଜଣ ଲେଖାଏଁ ବ୍ୟକ୍ତିଙ୍କର ମୃତ୍ୟୁ ଘଟିଛି।

ସେହିପରି ବାଲେଶ୍ୱର, ବରଗଡ଼, ଗଜପତି ଓ ସୁନ୍ଦରଗଡ଼ରୁ ଜଣେ ଲେଖାଏଁ ବ୍ୟକ୍ତିଙ୍କର କରୋନାରେ ଜୀବନ ଯାଇଛି।

ଗଞ୍ଜାମ ମୃତକଙ୍କ ମଧ୍ୟରେ ଜଣେ ୬୧ ବର୍ଷୀୟା ମହିଳା, ୪୮ ବର୍ଷୀୟ ପୁରୁଷ ଥିଲା ବେଳେ କେନ୍ଦୁଝରର ୭୯ ଓ  ୬୦ ବର୍ଷୀୟ ପୁରୁଷ ଅଛନ୍ତି।

କନ୍ଧମାଳର ଜଣେ ୬୦ ବର୍ଷୀୟ ଓ ଅନ୍ୟ ଜଣେ ୫୫ ବର୍ଷୀୟ ପୁରୁଷଙ୍କ ଜୀବନ ଯାଇଛି। ସେହିପରି ବରଗଡ଼ର ୬୦, ବାଲେଶ୍ୱରର ୫୭, ଗଜପତି ୫୯, ସୁନ୍ଦରଗଡ଼ର ୫୫ ବର୍ଷୀୟ ବ୍ୟକ୍ତିଙ୍କର ମୃତ୍ୟୁ ଘଟିଛି। ଆଜିର ମୃତକଙ୍କୁ ମିଶାଇ ଗଞ୍ଜାମରେ ୧୨୫କୁ  ବୃଦ୍ଧି ଘଟିଛି।

Comment