ଓଡ଼ିଶାଲାଇଭ୍ ବ୍ୟୁରୋ

ରାୟଗଡ଼ା ଜିଲ୍ଲାର ବହୁ ଚର୍ଚ୍ଚିତ ଇତିଶ୍ରୀ ପ୍ରଧାନ ମୃତ୍ୟୁ ମାମଲାରେ ଗିରଫ ହୋଇଥିବା ମୁଖ୍ୟ ଅଭିଯୁକ୍ତ ନେତ୍ରାନନ୍ଦ ଦଣ୍ଡସେନାଙ୍କ ମୃତ୍ୟୁ। ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଛି।

ରାୟଗଡ଼ା ଜିଲ୍ଲାର ଟିକିରି ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଶିକ୍ଷା ସହାୟକ ଇତିଶ୍ରୀ ପ୍ରଧାନଙ୍କୁ ହତ୍ୟା କରିବା ଅଭିଯୋଗରେ ନେତ୍ରାନନ୍ଦ ଗିରଫ ହୋଇଥିଲେ। ଏହାପରେ ସେ କୋରାପୁଟ ଜେଲରେ ରହୁଥିଲେ। ହେଲେ ହଠାତ୍ ତାଙ୍କର ଦେହ ଅସୁସ୍ଥ ହେବାରୁ ଚିକିତ୍ସା ପାଇଁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ହେଲେ ସେଠାରେ ମୁଖ୍ୟ ଅଭିଯୁକ୍ତ ନେତ୍ରାନନ୍ଦ ପ୍ରାଣ ହରାଇଛନ୍ତି।BGU୨୦୧୩ରେ ରାୟଗଡ଼ା ଜିଲ୍ଲାର କାଶିପୁର ବ୍ଲକ ଟିକିରି ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଶିକ୍ଷା ସହାୟିକା ଇତିଶ୍ରୀ ପ୍ରଧାନଙ୍କୁ ହତ୍ୟା କରାଯାଇଥିଲା। ଯାହାକି ସେ ସମୟରେ ଚର୍ଚ୍ଚାର କାରଣ ପାଲଟିଥିଲା। ଏହାପରେ ୨୦୧୬ ମସିହାରେ ରାୟଗଡ଼ା ଜିଲ୍ଲା ଦୌରା ଜଜ୍ ଅଭିଯୁକ୍ତ ନେତ୍ରାନନ୍ଦ ଦଣ୍ଡସେନାକୁ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରିଥିଲେ।

Comment