ଓଡିଶାଲାଇଭ୍ ବ୍ୟୁରୋ

ବହୁଚର୍ଚ୍ଚିତ ସୁଶାନ୍ତ ସିଂ ରାଜପୁତ ମୃତ୍ୟୁ ମାମଲାର ତଦନ୍ତ ପାଇଁ ସିବିଆଇକୁ ନିର୍ଦ୍ଦେଶ ଦେଇଛନ୍ତି ସୁପ୍ରିମକୋର୍ଟ। ଏଥିସହ ରିୟା ଚକ୍ରବର୍ତ୍ତୀଙ୍କ ଆବେଦନକୁ ସୁପ୍ରିମକୋର୍ଟ ଖାରଜ କରିଦେଇଛନ୍ତି। ତେବେ ସିବିଆଇ ଏହି ମାମଲାରେ ରିୟାଙ୍କୁ ଗିରଫ କରିବ କି ନାହିଁ ସେନେଇ ନାନା କଳ୍ପନାଜଳ୍ପନା ପ୍ରକାଶ ପାଇଛି।

ଏହି ମାମଲାରେ ପୂର୍ବରୁ ସିବିଆଇ ଏଫ୍‌ଆଇଆର୍ ଦାଏର କରିସାରିଛି। ଆଜି ସୁପ୍ରିମକୋର୍ଟ ସିବିଆଇକୁ ତଦନ୍ତ ନିର୍ଦ୍ଦେଶ ଦେବା ପରେ ସିବିଆଇର ସ୍ଵତନ୍ତ୍ର ତଦନ୍ତକାରୀ ଟିମ୍ ମୁମ୍ବାଇ ଯିବ। ଏହି ଟିମ୍ ମୁମ୍ବାଇ ପୋଲିସଠାରୁ ଏହି ମାମଲା ସମ୍ପର୍କିତ କେସ୍ ଡାଏରୀ ମାଗିବ ବୋଲି ଜଣାପଡ଼ିଛି। ଏହା ଛଡ଼ା ସନ୍ଦିଗ୍ଧ ସାକ୍ଷୀମାନଙ୍କ ବୟାନ, ଫରେନସିକ୍ ରିପୋର୍ଟ ଏବଂ ପୋଷ୍ଟମର୍ଟମ ରିପୋର୍ଟ ମଧ୍ୟ ଟିମ୍ ହସ୍ତଗତ କରିବ ବୋଲି ସୂଚନା ମିଳିଛି।sushant-Rhea-2ସୁଶାନ୍ତ ଯେଉଁ ଫ୍ଲାଟ୍‌ରେ ଆତ୍ମହତ୍ୟା କରିଥିଲେ ସିବିଆଇ ଟିମ୍ ସେହି ଫ୍ଲାଟ୍‌କୁ ଯିବ। ସୁଶାନ୍ତ ସେଦିନ କିଭଳି ଆତ୍ମହତ୍ୟା କରିଥିଲେ, ଆତ୍ମହତ୍ୟା କରିବା ପୂର୍ବରୁ କଣ ସବୁ ହୋଇଥିଲା ସେସବୁକୁ ପୁଣି ସେମିତି ରୂପ ଦିଆଯିବ। ସୁଶାନ୍ତ ଆତ୍ମହତ୍ୟା କରିବା ସମୟରେ ଯେଉଁମାନେ ତାଙ୍କ ଫ୍ଲାଟ୍‌ରେ ଥିଲେ ସେମାନଙ୍କ ବୟାନ ରେକର୍ଡ କରାଯିବ। ରିୟା ଚକ୍ରବର୍ତ୍ତୀ, ରିୟାଙ୍କ ଭାଇ ଶୌଭିକ୍, ପିତା ଇନ୍ଦ୍ରଜିତ ଏବଂ ଅନ୍ୟମାନଙ୍କୁ ପଚରାଉଚରା କରିବା ପାଇଁ ସିବିଆଇ ସମନ ଜାରି କରିବ। ଏହାପରେ ସିବିଆଇ ଏମାନଙ୍କ ଭିତରୁ କାହାକୁ ଗିରଫ କରିବ କି ନାହିଁ ସେନେଇ ନିଷ୍ପତ୍ତି ନେବ ବୋଲି ଜଣାପଡ଼ିଛି।BGUସିବିଆଇ ସୂତ୍ର ଅନୁସାରେ ଏସ୍‌ଆଇଟି ଟିମ୍ ମୁମ୍ବାଇ ୟୁନିଟ୍ ସହ ସମ୍ପର୍କରେ ଅଛି। ମୁମ୍ବାଇରେ ପହଞ୍ଚିବା ପରେ ସିବିଆଇ ପକ୍ଷରୁ ଦ୍ଵିତୀୟ ଥର ପାଇଁ ସର୍ଚ୍ଚ ଅପରେସନ କରାଯିବ। ସିବିଆଇର ଏହି ତଦନ୍ତ ପାଇଁ ନୂଆ ସ୍ଥାନ ଖୋଜାଚାଲିଛି। କିଛିଦିନ ଆଗରୁ ସିବିଆଇର ମୁମ୍ବାଇ ଅଫିସରେ ୨୫ ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଥିଲେ। ତେଣୁ କାର୍ଯ୍ୟାଳୟ ଏବେ ବନ୍ଦ ରହିଛି। ତେଣୁ ଏକ ନୂଆ ସ୍ଥାନରେ ସିବିଆଇ ପକ୍ଷରୁ ତଦନ୍ତ ଆରମ୍ଭ ହେବ ବୋଲି ସୂଚନା ମିଳିଛି।

Comment