ଓଡିଶାଲାଇଭ୍ ବ୍ୟୁରୋ

ସୁଶାନ୍ତ ସିଂ ରାଜପୁତ ମୃତ୍ୟୁ ମାମଲାର ତଦନ୍ତକୁ ନେଇ ଆଜି ସୁପ୍ରିମକୋର୍ଟଙ୍କ ପକ୍ଷରୁ ଏକ ଗୁରୁତ୍ଵପୂର୍ଣ୍ଣ ରାୟ ପ୍ରକାଶ ପାଇଛି। ଏହି ରାୟରେ ସିବିଆଇକୁ ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି ସୁପ୍ରିମକୋର୍ଟ। ବର୍ତ୍ତମାନ କେବଳ ସିବିଆଇ ଏହି ମାମଲାର ତଦନ୍ତ କରିବ। ସୁଶାନ୍ତଙ୍କ ମୃତ୍ୟୁ ପରେ ତାଙ୍କ ପରିବାର ଏବଂ ପ୍ରସଂଶକମାନେ ସିବିଆଇ ତଦନ୍ତ ପାଇଁ ଦାବି କରି ଆସୁଥିଲେ।

ଆଜି ପୂର୍ବାହ୍ନ ୧୧ଟାରେ ସୁପ୍ରିମକୋର୍ଟ ରିୟା ଚକ୍ରବର୍ତ୍ତୀଙ୍କ ଆବେଦନ ଉପରେ ଏହି ରାୟ ଶୁଣାଇଛନ୍ତି। ସୁଶାନ୍ତଙ୍କୁ ଆତ୍ମହତ୍ୟା ପାଇଁ ପ୍ରବର୍ତ୍ତାଇବା ଅଭିଯୋଗ କରି ସୁଶାନ୍ତଙ୍କ ପିତା କେ କେ ସିଂ ରିୟାଙ୍କ ବିରୋଧରେ ପାଟନାର ରାଜୀବ ନଗର ଥାନାରେ କେସ୍ କରିଥିଲେ। ତେବେ ବିହାରରେ ତାଙ୍କ ବିରୋଧରେ କରାଯାଇଥିବା କେସ୍‌କୁ ମୁମ୍ବାଇ ସ୍ଥାନାନ୍ତର କରିବା ପାଇଁ ରିୟା ସୁପ୍ରିମକୋର୍ଟରେ ଆବେଦନ କରିଥିଲେ। ଆଜି ଏହି ଆବେଦନ ଉପରେ ଶୁଣାଣି କରି ସୁପ୍ରିମକୋର୍ଟ ସିବିଆଇକୁ ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି।BGUସୁଶାନ୍ତଙ୍କ ମୃତ୍ୟୁକୁ ଦୁଇ ମାସ ବିତି ଯାଇଥିଲେ ମଧ୍ୟ ମାମଲାର ତଦନ୍ତ କିଏ କରିବ ସେନେଇ ବିବାଦ ଦେଖାଦେଇଥିଲା। ଫଳରେ ଦୀର୍ଘ ଦୁଇ ମାସ ପରେ ମଧ୍ୟ ସୁଶାନ୍ତଙ୍କ ମୃତ୍ୟୁର କାରଣ ସ୍ପଷ୍ଟ ହୋଇପାରିନାହିଁ। ତେବେ ସିବିଆଇ ତଦନ୍ତ ପରେ ଖୁବ ଶୀଘ୍ର ତାଙ୍କ ମୃତ୍ୟୁ ରହସ୍ୟ ଉନ୍ମୋଚିତ ହେବ ବୋଲି ମତ ପ୍ରକାଶ ପାଇଛି।

Comment