ଓଡ଼ିଶାଲାଇଭ୍‌ ବ୍ୟୁରୋ

ବର୍ଷା ଯୋଗୁଁ ଦିଲ୍ଲୀରେ ଜଳବନ୍ଦୀ ପରିସ୍ଥିତି ଦେଖାଯାଇଛି। ବିଭିନ୍ନ ସ୍ଥାନରେ ରାସ୍ତା ଉପରେ ପାଣି ଜମି ରହିଥିବାର ଦେଖିବାକୁ ମିଳିଛି। ଫଳରେ ଯାତାୟତରେ ପ୍ରବଳ ସମସ୍ୟାର ସମ୍ମୁଖୀନ ହୋଇଛନ୍ତି ଦିଲ୍ଲୀବାସୀ।

ଦିଲ୍ଲୀର ମୟୂରବିହାର ଓ ଗୌତମନଗରୀ ଲୋକ ବର୍ଷା ଦ୍ୱାରା ସବୁଠୁ ଅଧିକ ପ୍ରଭାବିତ ହୋଇଛନ୍ତି। ଏହାଛଡ଼ା ପ୍ରବଳ ବର୍ଷା ଯୋଗୁଁ ଦିଲ୍ଲୀରେ ଟ୍ରାଫିକ ମଧ୍ୟ ଜାମ ହୋଇଛି। ରାସ୍ତାରେ ଘଣ୍ଟା ଘଣ୍ଟା ଧରି ଲୋକେ ଫସି ରହିଥିବା ଦେଖିବାକୁ ମିଳିଛି।BGU

ଆଗାମୀ କିଛି ଘଣ୍ଟା ଯାଏଁ ଦିଲ୍ଲୀର କେତେକ ଅଞ୍ଚଳରେ ପ୍ରବଳରୁ ପ୍ରବଳ ବର୍ଷା ହେବା ନେଇ ପାଣିପାଗ ବିଭାଗ ପୂର୍ବାନୁମାନ କରିଛି। ଫଳରେ ଏହି ସମୟ ମଧ୍ୟରେ ସତର୍କ ରହିବାକୁ ଲୋକଙ୍କୁ ପରାମର୍ଶ ଦିଆଯାଇଛି।

Comment