ଓଡ଼ିଶାଲାଇଭ୍ ବ୍ୟୁରୋ

  • ଫୋନରେ ମୋଦୀଙ୍କ ସହ କଥା ହେଲେ ନବୀନ
  • ଜେଇଇ ଓ ନିଟ୍ ପରୀକ୍ଷା ଘୁଞ୍ଚାଇବାକୁ ଅନୁରୋଧ
  • ପୂର୍ବରୁ କେନ୍ଦ୍ର ଶିକ୍ଷାମନ୍ତ୍ରୀଙ୍କୁ ମଧ୍ୟ ନବୀନ ଲେଖିଥିଲେ ଚିଠି

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସହ ଫୋନ୍ ଯୋଗେ କଥା ହେଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। କରୋନା ଓ ବନ୍ୟା ଭଳି ସ୍ଥିତିରେ ରାଜ୍ୟରେ ଜେଇଇ ଓ ନିଟ୍ ପରୀକ୍ଷା ନ କରିବା ସହିତ ଏହି ପରୀକ୍ଷାକୁ ଘୁଞ୍ଚାଇବାକୁ ନବୀନ ପ୍ରଧାନମନ୍ତ୍ରୀଙ୍କୁ ଅନୁରୋଧ କରିଛନ୍ତି।

ରାଜ୍ୟରେ ଏବେ କରୋନା ସଂକ୍ରମଣ ବୃଦ୍ଧି ପାଉଛି। ଏଥିସହିତ ରାଜ୍ୟର କିଛି ଅଞ୍ଚଳରେ ବନ୍ୟା ମଧ୍ୟ ଦେଖାଦେଇଛି। ତେଣୁ ଏଭଳି ସମୟରେ ଜେଇଇ ଓ ନିଟ୍ ପରୀକ୍ଷା ହେଲେ ପିଲାମାନେ ପ୍ରଭାବିତ ହେବେ ବୋଲି ନବୀନ ପ୍ରଧାନମନ୍ତ୍ରୀଙ୍କୁ ଫୋନ୍ ଯୋଗ କହିଛନ୍ତି।BGUଏହାପୂର୍ବରୁ ମଧ୍ୟ ନବୀନ କେନ୍ଦ୍ର ଶିକ୍ଷାମନ୍ତ୍ରୀ ରମେଶ ପୋଖରିୟାଲଙ୍କୁ ଚିଠି ଲେଖି ଏ ସମ୍ବନ୍ଧରେ ଜଣାଇଥିଲେ। ଯେଉଁଥିରେ କୁହାଯାଇଥିଲା କି ଚଳିତବର୍ଷ ରାଜ୍ୟର ପ୍ରାୟ ୯୦ ହଜାର ଛାତ୍ରଛାତ୍ରୀ ଜେଇଇ ଓ ନିଟ୍ ପରୀକ୍ଷା ଦେବେ। ହେଲେ ଏଥିପାଇଁ ମାତ୍ର ୭ଟି ପରୀକ୍ଷା କେନ୍ଦ୍ର ବଛାଯାଇଛି। ରାଜ୍ୟରେ ମଧ୍ୟ ଏବେ କରୋନା ସଂକ୍ରମଣ ବୃଦ୍ଧି ପାଉଛି। ତେଣୁ ଏହି ପରୀକ୍ଷାକୁ ଘୁଞ୍ଚାଇବାକୁ ନବୀନ କେନ୍ଦ୍ର ଶିକ୍ଷାମନ୍ତ୍ରୀଙ୍କୁ ଅନୁରୋଧ କରିଥିଲେ।

ସେପ୍ଟେମ୍ବର ପ୍ରଥମ ସପ୍ତାହ ପରିବର୍ତ୍ତେ ଏହି ପରୀକ୍ଷାକୁ ଆଉ କିଛି ଦିନ ଘୁଞ୍ଚାଇବାକୁ ନବୀନ ଅନୁରୋଧ କରିଥିଲେ। ଆଜି ମୁଖ୍ୟମନ୍ତ୍ରୀ ପ୍ରଧାନମନ୍ତ୍ରୀଙ୍କ ସହ ଫୋନ୍ ଯୋଗେ କଥା ହୋଇ ପୁଣିଥରେ ପରୀକ୍ଷା ଘୁଞ୍ଚାଇବାକୁ ଅନୁରୋଧ କରିଛନ୍ତି।

Comment