ଓଡ଼ିଶାଲାଇଭ୍‌ ବ୍ୟୁରୋ

‘‘ଏଲଏସିରେ ଏବେ ସ୍ଥିତି ଗମ୍ଭୀର। ୧୯୬୨ ଯୁଦ୍ଧ ପରେ ଏଲଏସିରେ ଆଉ ଏଭଳି ଗମ୍ଭୀର ସ୍ଥିତି ଦେଖିବାକୁ ମିଳିନଥିଲା। ସ୍ଥିତି ଗମ୍ଭୀର ଥିବାରୁ ପ୍ରଥମ ଥର ସୀମାରେ ଦୁଇ ଦେଶ ପକ୍ଷରୁ  ପ୍ରଥମ ଏତେ ସଂଖ୍ୟକ ଯବାନ ମୁତୟନ ହୋଇଛନ୍ତି’’, ଗୁରୁବାର ଏକ ସାକ୍ଷାତକାର ଦେଇ ଏଭଳି କହିଛନ୍ତି ବୈଦେଶିକ ମନ୍ତ୍ରୀ ଏସ୍‌ ଜୟଶଙ୍କର।

ଜୟଶଙ୍କରଙ୍କ ପୁସ୍ତକ ‘ଦ ଇଣ୍ଡିଆ ଓ୍ୱେ: ଷ୍ଟ୍ରାଟେଜୀ ଫର୍ ଅନସର୍ଟନ ଓ୍ୱାର୍ଲ୍ଡ’ ସେପ୍ଟେମ୍ବର ୪ରେ ଉନ୍ମୋଚନ ହେବାକୁ ଯାଉଛି। ଉନ୍ମୋଚନ ପୂର୍ବରୁ ଏକ ସାକ୍ଷାତକାର ଦେଇ ଭାରତ ଚୀନ ସୀମା ବିବାଦରେ ସମ୍ପର୍କରେ ସୂଚନା ଦେଇଛନ୍ତି ଜୟଶଙ୍କର।BGU

୪୫ ବର୍ଷରେ ପ୍ରଥମ ଥର ଚୀନ ସୀମାରେ ଯବାନ ସହିଦ ହୋଇଛନ୍ତି। ଦୁଇ ଦେଶ ମଧ୍ୟରେ ବିବାଦ ହ୍ରାସ କରିବାକୁ ଜୋର ସୋର ଚେଷ୍ଟା ଚାଲିଛି ବୋଲି ଜୟଶଙ୍କର କହିଛନ୍ତି। ଏଥିସହ ନିଜ ଦେଶର ସୀମା ସୁରକ୍ଷା ଯାହା ବି କିଛି କରିବାକୁ ପଡ଼ିବ ତାହା କରାଯିବ ବୋଲି ସେ କହିଛନ୍ତି।

Comment