ଓଡ଼ିଶାଲାଇଭ୍ ବ୍ୟୁରୋ

ପଟିଆ ଓ କିଟ ରୋଡ଼ ନିକଟରେ ଥିବା ବିଗ ବଜାର ବନ୍ଦ ହେବ। ବିଗତ ଦଶ ବର୍ଷରୁ ଅଧିକ ସମୟ ଧରି ଏହି ସପିଙ୍ଗ ମଲଟି ରାଜଧାନୀର ଏକ ଲୋକପ୍ରିୟ ମଲ ହିସାବରେ ମାନ୍ୟତା ପାଇଥିଲା। ନିକଟରେ  କିଶୋର ବିୟାନିଙ୍କ ଫ୍ୟୁଚର ଗ୍ରୁପକୁ ମୁକେଶ ଅମ୍ବାନୀଙ୍କ ରିଲାଏନ୍ସ ଗ୍ରୁପ କିଣିନେବା ପରେ  ବିଗ ବଜାରର ଅନେକ ୟୁନିଟ  ବନ୍ଦ ହେବା ଉପରେ।

ସେହି କ୍ରମରେ ପଟିଆରେ ଥିବା ବିଗ ବଜାରକୁ ଅମ୍ବାନୀ ଗ୍ରୁପ ନନେବା ପାଇଁ ନିଷ୍ପତ୍ତି ନେଇଥିବା ଜଣାପଡିଛି। ଉଲ୍ଲେଖଯୋଗ୍ୟ ଯେ, ପଟିଆ ବିଗ ବଜାର ନିକଟରେ ପାର୍କିଙ୍ଗ ସ୍ଥାନ ନଥିବା କାରଣରୁ ଅତୀତରେ  ବିଭିନ୍ନ ସମୟରେ ବିଏମସି ପକ୍ଷରୁ କାରଣ ଦର୍ଶାଅ ନୋଟିସ ସହ ଜରିମାନା ଓ ଏପରିକି ଅସ୍ଥାୟୀ ଭାବେ ବନ୍ଦ କରିବା ପାଇଁ  ମଧ୍ୟ ନିର୍ଦ୍ଦେଶ  ଦିଆଯାଇଥିଲା। ଭବିଷ୍ୟତରେ ମଧ୍ୟ  ପାର୍କିଂ ସମସ୍ୟା ସୃଷ୍ଟି ହେବାର ଆଶଙ୍କା ଥିବାରୁ ରିଲାଏନ୍ସ ପଟିଆ ୟୁନିଟକୁ ଗ୍ରହଣ କରିବାକୁ ମନା କରିଦେଇଥିବା ଜଣାପଡ଼ିଛି।

Comment