ଓଡ଼ିଶାଲାଇଭ୍ ବ୍ୟୁରୋ

ବର୍ଷା ପ୍ରିୟଦର୍ଶିନୀ ଓ ଅନୁଭବ ମହାନ୍ତିଙ୍କ ମଧ୍ୟରେ ବିବାଦକୁ ନେଇ ଚର୍ଚ୍ଚା ସରଗରମ ରହିଛି। ଏହାରି ଭିତରେ ଆଜି ଆଜି ଏକ ପ୍ରେସ୍ ବିଜ୍ଞପ୍ତି ଜାରି କରି ନିଜ ପକ୍ଷ ରଖିଛନ୍ତି ଅନୁଭବ। ଏଥିରେ ସେ ନିଜ ବ୍ୟକ୍ତିଗତ ଜୀବନକୁ ସମସ୍ତଙ୍କ ସାମ୍ନାକୁ ଆଣିବାକୁ ଚାହୁଁନଥିଲେ ବୋଲି ଦର୍ଶାଇଛନ୍ତି।

ବର୍ଷାଙ୍କୁ ବହୁତ ଭଲ ପାଉଥିବାରୁ ତାଙ୍କୁ ବିବାହ କରିଥିଲେ। ତେବେ ଦୀର୍ଘ ଦିନ ଧରି ସେମାନଙ୍କ ବୈବାହିକ ଜୀବନରେ ବିଭ୍ରାଟ ଦେଖାଦେଇଥିଲା। କିନ୍ତୁ ବ୍ୟକ୍ତିଗତ ତଥା ପରିବାରର ସମ୍ମାନ ପାଇଁ ଏହି ଘଟଣା ସେ ସର୍ବସମ୍ମୁଖକୁ ଆଣିବାକୁ ଚାହୁଁନଥିଲେ ବୋଲି ଅନୁଭବ ଏଥରେ ଉଲ୍ଲେଖ କରିଛନ୍ତି।BGUସମ୍ପର୍କ ସୁଧାରିବା ପାଇଁ ସେ ଓ ତାଙ୍କ ପରିବାର ବହୁତ ପ୍ରକାର ଚେଷ୍ଟା କରିଥିଲେ। କିନ୍ତୁ ସବୁ ଚେଷ୍ଟା ବିଫଳ ହେବା ପରେ ସେ କୋର୍ଟରେ ଛାଡ଼ପତ୍ର ପାଇଁ ପିଟିସନ୍ ଦାଖଲ କରିଥିଲେ ବୋଲି ଅନୁଭବ ଦର୍ଶାଇଛନ୍ତି।

Comment